ଆଇଫୋନ୍ ଓ ସାମସଙ୍ଗ ପ୍ରଡ଼କ୍ଟ ଗୁଡ଼ିକୁ ଶସ୍ତାରେ କିଣିବାର ସୁବର୍ଣ୍ଣ ସୁଯୋଗ ! ଜାଣନ୍ତୁ କେଉଁଠି ମଳୁଛି ସୁବିଧା ?

33

ଫ୍ଲିପକାର୍ଟରେ ଆପଲ ୱିକ୍ ଆରମ୍ଭ ହୋଇଛି । ଏବେ ଏହି ଇ-କମର୍ସ ସାଇଟରେ ଆପଲ ୱିକ ସେଲ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଚାଲିବ । ସେଲ ସମୟରେ ଉପଭୋକ୍ତା ନିଜର ମନ ପସନ୍ଦର ଆପଲ ପ୍ରଡ଼କ୍ଟକୁ ଶସ୍ତାରେ କିଣିପାରିବେ । ଏହାସହ ସାମସଙ୍ଗ୍ ମଧ୍ୟ ସମର ଫେଷ୍ଟ ସେଲ୍ ଆୟୋଜିତ କରିଛି । ଏହି ସେଲ୍ ସାମସଙ୍ଗର ନିଜର ଅନଲାଇନ୍ ଷ୍ଟୋରରେ ୨୨ ମେ ରୁ ୨୮ ମେ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ସ୍ମାର୍ଟଫୋନରୁ ଆରମ୍ଭ କରି ସ୍ପିକର, ହେଡ଼ଫୋନ୍ ଆଦି ରିହାତି ମୂଲ୍ୟରେ ଉପଲବ୍ଧ ହେବ ।

ଫ୍ଲିପକାର୍ଡ଼ ଆପଲ ୱିକରେ ମିଳୁଥିବା ଡିଲ ବିଷୟରେ ସବିଶେଷ ବିବରଣୀ :
ଫ୍ଲିପକାର୍ଡ଼ ଆପଲ ୱିକ ସେଲରେ ଆଇଫୋନ୍, ଆଇପଡ଼ ଓ ଆପଲ ୱାଚ୍ ସିରିଜ ଆଦିରେ ରିହାତି ମିଳୁଛି । କମ୍ପାନୀ ଆଇସିଆଇସଆଇ ବ୍ୟାଙ୍କ ସହ ଆପଲର କିଛି ବଛା ବଛା ପ୍ରଡ଼କ୍ଟ ଉପରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ଦେବା ପାଇଁ ଭାଗିଦାରୀ ମଧ୍ୟ ନେଇଛି ।

ଆଇଫୋନ୍ ୧୦ – ଆପଲର ଏଡ଼ିସନ୍ ଆଇଫୋନ୍ ୧୦, ୮୫୯୯୯ ଟଙ୍କାର ରିହାତି ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ମୂଲ୍ୟ ୬୪ ଜିବି ମଡ଼େଲ ପାଇଁ ନିର୍ଦ୍ଧାରିତ ହୋଇଛି, ଯାହାର ଅସଲ ଦାମ ଠାରୁ ୪୦୦୦ ଟଙ୍କା କମ୍ ।

ଆଇଫୋନ୍ ୮ ଓ ୮ ପ୍ଲସ୍ – ୬୨୯୯୯ ଟଙ୍କାର ମୂଲ୍ୟରେ ମିଳୁଛି ଆଇଫୋନ୍ ୮  । ୬୪ ଜିିବି ମଡ଼େଲ ପାଇଁ ଏହି ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଆଇଫୋନ୍ ୮ ପ୍ଲସ୍ ୬୪ ଜିବି ମଡ଼େଲ ପାଇଁ ୭୨୯୯୯ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ଆଇଫୋନ୍ ୭, ୬ଏସ୍ – ଏହି ସେଲରେ ଆଇଫୋନ୍ ୭, ୪୬୯୯୯ ଟଙ୍କାରେ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହୋଇଛି । ୩୨ ଜିବି ମଡ଼େଲ ପାଇଁ ଏହି ମୂଲ୍ୟ ଧାର୍ଯ୍ୟ ହୋଇଛି । ଆଇଫୋନ ୬ଏସ୍ ପାଇଁ ୩୩୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ମିଳୁଛି । ଏହାବ୍ୟତୀତ ଆପଲ ଟିଭି, ଆପଲ ୱାଚ୍ ସିରିଜ, ଆପଲ ମେକବୁକରେ ରିହାତିରେ ମିଳୁଛି ।

ସାମସଙ୍ଗ ସମର ସେଲ ଫେଷ୍ଟ ଅଫର ବିଷୟରେ ସବିଶେଷ ବିବରଣୀ :
ସାମସଙ୍ଗର ଏହି ସେଲରେ ଗିୟର ଏସ୍ ୩, ଗିୟର ସ୍ପୋର୍ଟ ପରି ସ୍ମାର୍ଟଫୋନ ୱାଚରେ ରିହାତି ମିଳୁଛି । ଏହି ୱାଚ ଉପରେ ୧୯ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଂଟ ମିଳୁଛି । ଏହାର ମୂଲ୍ୟ କ୍ରମଶଃ ୨୪୫୦୦, ୧୮୯୯୦ ଟଙ୍କା । ସାମସଙ୍ଗ ଗିରୟର ଭିଆର ୪ ର ଅସଲ ମୂଲ୍ୟ ୯୯୦୦ ଟଙ୍କା । ସେଲରେ ଏହା ୮୨୨୫ ଟଙ୍କାରେ ଉପଲବ୍ଧ ଅଛି । ସାମସଙ୍ଗ ଗାଲାକ୍ସି ଏସ୍ ୮ ଓ ଏସ ୮ ପ୍ଲସ୍ ପାଇଁର କଭର ଓ କ୍ୟାସ ପାଇଁ ୫୧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଳିିବ ।

ସେଲରେ ସାମସଙ୍ଗ ୟୁଫ୍ଲେକ୍ସ ହେଡ଼ଫୋନ୍, ଲେବଲ ଆକ୍ଟିଭ ହେଡ଼ଫୋନ୍, ଆଡ଼ପ୍ଟିଭ ଫାଷ୍ଟ ଚାର୍ଜର ସମେତ ଅନ୍ୟ ପ୍ରଡ଼କ୍ଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ ଦିଆଯିବ ।