ଉଦଘାଟନର ୫ ଦିନ ପରେ ଝାରସୁଗୁଡ଼ାରୁ ଉଡ଼ିଲା ବିମାନ ! ସୁରୁଖୁରୁରେ ଯାତ୍ରା ସମ୍ପନ୍ନ 

ଝାରସୁଗୁଡ଼ା ବିମାନବନ୍ଦରକୁ ଉଡ଼ିବ କମର୍ସିଆଲ ବିମାନ । ‘ଉଡ଼ାନ’ ଯୋଜନାରେ ଘୋଷଣା କଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : ଉଦଘାଟନର ୫ ଦିନ ପରେ ଗତକାଲି ଝାରସୁଗୁଡ଼ା ବିମାନ ବନ୍ଦରରୁ ଦୁଇଟି ବିମାନ ଉଡ଼ିଛି । ନିଦ୍ଧାର୍ରିତ ସମୟର ବହୁ ବିଳମ୍ବରେ ଭୁବନେଶ୍ବରରୁ ଝାରସୁଗୁଡ଼ା, ଝାରସୁଗୁଡ଼ାରୁ ରାୟପୁର, ରାୟପୁରରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବିମାନ ଚଳାଚଳ ହୋଇଥିଲା । ଗତକାଲି ବିମାନ ଏଠାରେ ପହଞ୍ଚିବା ପରେ ପରେ ଏଠାରୁ ରାୟପୁର ଯାତ୍ରା କରିଥିଲା । ରାୟପୁରକୁ ୪ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ଯାତ୍ରା କରିଥିଲେ । ସେହିପରି ରାୟପୁରରୁ ଝାରସୁଗୁଡ଼ାକୁ ୩ ଜଣ ଯାତ୍ରୀ ଆସିଥିଲେ। ସନ୍ଧ୍ୟାରେ ଭୁବନେଶ୍ବର ବିମାନରେ ୮ ଜଣ ଯାତ୍ରା କରିଥିବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ । ତେବେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ କେତେ ବିମାନ ଯାତ୍ରୀ ଆସିଲେ ତାର ହିସାବ ବିମାନବନ୍ଦର ନିର୍ଦ୍ଦେଶକ ସଠିକ କହିପାରିନଥିଲେ।

ଏପଟେ ଏୟାର ଓଡ଼ିଶାରେ କାର‌୍ୟ୍ୟ କରୁଥିବା ଭେନେଜୁଏଲାର ଜଣେ ପାଇଲଟ ରୁବେନ୍ କଲ୍ ୪ ମାସ ହେଲା ଦରମା ନପାଇ ଭାରତୀୟ ବିମାନ ପ୍ରାଧିକରଣ ଭୁବନେଶ୍ବର ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଅର୍ଥାଭାବରୁ ସ୍ବଦେଶ ଫେରିପାରୁ ନାହାନ୍ତି । ରୁବେନ ପରି ଅନ୍ୟ ୩ ଜଣ ପାଇଲଟ୍ ମଧ୍ୟ ଦରମା ପାଇ ସ୍ବଦେଶ ଫେରିଯାଇଛନ୍ତି । ଏୟାର ଓଡ଼ିଶା ଠାରୁ ଠକାମୀର ଶିକାର ହୋଇଥିବା ଲେଖାଥିବା ପ୍ଲାକାର୍ଡ଼ ଧରି ରୁବେନ୍ ଧାରଣା ଦେଇଥିବା ବେଳେ ୩ ପାଇଲଟ ସ୍ବଦେଶ ଫେରି ଯାଇଥିବାରୁ ଝାରସୁଗୁଡ଼ା ଏୟାର ପୋର୍ଟରୁ ବିମାନ ସେବାରେ ବିଳମ୍ବ ଘଟୁଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe