ନିଜ ପାଇଁ ଗୁଳି ଖାଇଥିବା ଝିଅକୁ ଭୁଲିଗଲେ ସଲମାନ ଖାନ୍ ! ଆପଣଙ୍କର ମନେ ଅଛି କି ?

47

ଆପଣଙ୍କୁ “ବିବି ହୋ ତୋ ଏସୀ” ସିନେମା କଥା ନିଶ୍ଚୟ ମନେ ଥିବ । ଏହି ସିନେମାରେ ରେଖା ଓ ଫାରୁକ ଶେଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ବଲିଉଡର ଦବଙ୍ଗ ଖାନ ମଧ୍ୟ ଏହି ସିନେମାରେ ଏକ ଗରୁତ୍ୱପୁର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ସେ ଏହି ସିନେମାରୁ ହିଁ ସଲମାନ ଖାନ ନିଜର ଅଭିନୟ ଜୀବନ ଆରମ୍ଭ କରିଥଲେ । କିନ୍ତୁ ଆପଣଙ୍କର ମନେ ଅଛି କି ସେହି ନାୟିକାଙ୍କୁ ଯିଏ, ଏହି ସିନେମାରେ ସଲମାନଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ ।

ସେହି ନାୟିିକା ଜଣକ ସଲମାନଙ୍କ ପାଇଁ ଏତେ ପାଗଳ ଥିଲେ କି ସଲମାନଙ୍କ ପାଇଁ ଗୁଳି ମଧ୍ୟ ଖାଇଥଲେ । ନାୟିକଙ୍କ ଜଣକ ଥଲେ ରେଣୁ ଆର୍ଯ୍ୟା । କିନ୍ତୁ ସେହି ନାୟିକା ଜଣକ ଏବେ କେଉଁଠିି ଅଛନ୍ତି ଓ କିପରି ଅଛନ୍ତି ସେକଥାର କିଛି ଖୋଜଖବର ନାହିଁ । କିଛି ବର୍ଷ ପୂର୍ବରୁ ସଲମାନ ତାଙ୍କୁ ଫ୍ଲାଇଟରେ ଯାତ୍ରା ସମୟରେ ଦେଖିଥଲେ । ଏନେଇ ସଲମାନ ଏକ ଇଣ୍ଟରଭିଉରେ କହିଥିଲେ କି ରେଣୁଙ୍କୁ ଚିହ୍ନିବା ଏବେ ବହୁତ କଷ୍ଟକର ।

“ବିବି ହୋ ତୋ ଏସୀ” ସିନେମା ଯେତେବେଳେ ହିଟ ହୋଇଥିଲା ସେହି ସମୟରେ ସମସ୍ତଙ୍କ କ୍ୟାରୟରକୁ ବହୁତ ଫାଇଦା ମିଳିଥିଲା । ଖାସକରି ସଲମାନ ଏହି ସିନେମା ଯାଗୁଁ “ମେନେ ପ୍ୟାର କିୟା” ସିନେମାର ଅଫର ପାଇଥଲେ । କିନ୍ତୁ ରେଣୁ ଅର୍ଯ୍ୟାଙ୍କୁ କେବଳ ଛୋଟମୋଟ ଭୂମିକା ମିଳୁଥିଲା । ବେଶ କିଛିଟି ସିନେମାରେ ଏମିତି ଛୋଟମୋଟ ଭୂମିକାରେ ଅଭିନୟ କରି ହଠାତ ଗାୟବ ହୋଇ ଯାଇଥିଲେ ରେଣୁ । ଏବେସୁଦ୍ଧା ତାଙ୍କର କୌଣସି ଖୋଜ ଖବର ନାହିଁ ।