ଆଉ ହଜିବନି ଆପଣଙ୍କ ୱାଲେଟ୍ ! ଚୋରି କରିବା ପାଇଁ ଚେଷ୍ଟା କଲେ ବାଜିବ ଆଲାର୍ମ

76

ଅନେକ ଥର ଏପରି ହୁଏ ଲୋକେ ସର୍ବସାଧାରଣ ସ୍ଥାନରେ ନିଜର ୱାଲେଟ୍ ଓ ଫୋନ୍ ଭୁଲି ଯାଆନ୍ତି । ଏପରି ହେବା ପରେ କେବଳ ପସ୍ତେଇବା ହିଁ ସାର ହୁଏ । କିନ୍ତୁ କିଛି ଫଳ ମିଳେନି । ୱାଲେଟ କି ଫୋନ୍ ଆଉ ମିଳେନି । ତେବେ ଏଥିପାଇଁ ଆଉ ଚିନ୍ତା କରନ୍ତୁ ନାହିଁ । ଆପଣ ଭାବନ୍ତୁ ଯଦି ନିଜର ୱାଲେଟ୍ ଓ ମୋବାଇଲକୁ ଟ୍ରାକ କରିହୁଏ ? ତେବେ ଏପରି ସମସ୍ୟାର ସମାଧାନ ହୋଇପାରିବ । ଆପଣ କେଉଁଠି ୱାଲେଟ୍ ଛାଡ଼ିଲେ ତାହା ଆପଣଙ୍କୁ ସୂଚିତ କରେଇବ । ଏପରି ହେଲେ ଆପଣଙ୍କ ସମସ୍ୟାର ସମାଧାନ ହେବ । ARIST VAULT  ଏପରି ଏକ Wallet-Bot ନେଇକି ଆସିଛି । ଏହା ଏକ ସ୍ମାର୍ଟ ୱାଲେଟ୍ ଅଟେ । ଯାହା ଆପଣଙ୍କ ଫୋନ୍ ସହ କନେକ୍ଟ ଥାଏ । ଯଦ୍ୱାରା ଆପଣଙ୍କ ଫୋନ୍ ଓ ୱାଲେଟ କେବେ ବି ହଜିବନି ।

ଏହା ନୂଆ ଜେନେରେସନର ଏକ ସ୍ମାର୍ଟ ୱାଲେଟ୍ ଅଟେ । ଯାହା ୱାଲେଟ୍ ସହ ଫୋନକୁ ମଧ୍ୟ ସୁରକ୍ଷିତ ରଖେ । ଆଉ ଆପଣଙ୍କୁ ଜୀବନକୁ ମଧ୍ୟ ସୁନ୍ଦର ଓ ଚିନ୍ତାଶୂନ୍ୟ କରିବ । Wallet-Bot ରେ ଆଣ୍ଟି ଲାଷ୍ଟ, ଆଂଟି ଥେପ୍ଟ, ପାୱାର ବ୍ୟାଙ୍କ୍, ବ୍ଲୁଟୁଥ୍ କନେକ୍ଟିଭିଟି, ୱାଲ୍ଡୱାଇଡ଼୍ ଟ୍ରାକିଂ ଡିଭାଇସ୍ ଓ ଗ୍ଲୋବାଲ ଡିଜାଇନ୍ ଫିଚର୍ସ ମହଜୁଦ ଅଛି ।

ଏହି ନୂତତ ସ୍ମାର୍ଟ ୱାଲେଟରେ ୩୦୦୦ ଏମଏଏଚର ବ୍ୟାଟେରୀ ଲାଗିଛି । ତେବେ ଏହି ୱାଲେଟର ସ୍ୱତନ୍ତ୍ରତା ହେଲା ଏଥିରେ ଲାଗିଛି ଟ୍ରାକର । ଯାହାଦ୍ୱାରା ନିଜର ହଜିଥିବା ୱାଲେଟକୁ ଆପଣ ଅତି ସହଜରେ ଟ୍ରାକ କରିପାରିବେ । ଏହାସହ ଏହି ୱାଲେଟ୍ ସେଲ୍ଫି ଲଭରଙ୍କୁ ନୂଆ ଅନୁଭବ ଦେବ । କାରଣ ଏଥିରେ ସେଲ୍ପି ନେବା ସମ୍ଭବ । Wallet-Botର ପାୱାରା ବଟନ୍ ଦବାଇଲେ ଆପଣ ସେଲ୍ଫି ନେଇପାରିବେ । ଯଦି କେହି ଆପଣଙ୍କ ପକେଟ ମାରିବା ପାଇଁ ଚେଷ୍ଟା କରେ କିମ୍ବା ୱାଲେଟ୍ ଚୋରୋଇବା ପାଇଁ ଚେଷ୍ଟା କରେ ତେବେ ଏଥିରେ ଲାଗିଥିବା ଆଲାର୍ମ ବାଜି ଉଠିିବ । ୱାଲେଟ୍ ବୋଟ୍ ଆପଣଙ୍କ ଫୋନ୍ ନମ୍ବର ଓ ୱାଲେଟର ଶେଷ ଲୋକେସନ ମଧ୍ୟ କହିବ ।