କନକ ବ୍ୟୁରୋ : ମଣିପୁରର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହାରାହାରି ୬୯ ପ୍ରତିଶତ ମତଦାନ ହୋଇଛି । ୩୮ଟି ବିଧାନସଭା ସିଟ ପାଇଁ ପ୍ରତିଦ୍ୱନ୍ଦúତା କରୁଥିବା ୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଭୋଟ ଶେଷ ହେବା ପରେ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ଇଭିଏମରେ ସିଲ ହୋଇଯାଇଛି । ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ ।
ମଣିପୁର : ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ
/kanak/media/post_attachments/wp-content/uploads/2017/03/aa-1.jpg)