କନକ ବ୍ୟୁରୋ : ଚଳିତ ବର୍ଷର ଅମରନାଥ ଯାତ୍ରା ଆସନ୍ତା ଜୁନ୍ ୨୮ ତାରିଖ ଠାରୁ ଆରମ୍ଭ ହେବା ପାଇଁ ସ୍ଥିରୀକୃତ ହୋଇଛି । ତେବେ, ଅମରନାଥ ଗୁମ୍ଫା ମଧ୍ୟରେ ଚଳିତ ବର୍ଷ ପ୍ରକଟ ହେବାକୁ ଥିବା ଶିବଲିଙ୍ଗର ସର୍ବପ୍ରଥମ ଫଟୋ ଆଜି ଦେଶର ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ପ୍ରସିଦ୍ଧ ଅମରନାଥ ଗୁମ୍ଫା ମଧ୍ୟରେ ପ୍ରତ୍ୟେକ ବର୍ଷ ଗୁମ୍ଫା ଛାତରୁ ପଡ଼ୁଥିବା ବୁନ୍ଦା ବୁନ୍ଦା ଜଳରୁ ସଂପୂର୍ଣ୍ଣ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ଆକୃତିର ଏକ ପ୍ରକାଣ୍ଡ ଶିବଲିଙ୍ଗ ସୃଷ୍ଟି ହୁଏ । ଏବଂ ଏହି ଶିବଲିଙ୍ଗଟି ନିର୍ଦ୍ଦିଷ୍ଟ କିଛି ଦିନ ପାଇଁ ରହିବା ପରେ ତରଳି ଯାଇ ଅଦୃଶ୍ୟ ହୋଇ ଯାଇଥାଏ ।
ଏହି ଶିବଲିଙ୍ଗକୁ ଅତ୍ୟନ୍ତ ପବିତ୍ର ମନେକରି ପ୍ରତ୍ୟେକ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଶିବଭକ୍ତମାନେ କଷ୍ଟପୂର୍ଣ୍ଣ ଅମରନାଥ ଯାତ୍ରା କରି ଗୁମ୍ଫା ମଧ୍ୟରେ ଏହି ଶିବଲିଙ୍ଗର ଦର୍ଶନ କରିଥାଆନ୍ତି । ତେବେ, ଚଳିତ ବର୍ଷର ଅମରନାଥ ଯାତ୍ରା ଆସନ୍ତା ଜୁନ୍ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଆଜି ଦେଶର ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ପ୍ରଥମ କରି ପ୍ରକାଶ ପାଇଛି, ଚଳିତ ବର୍ଷ ଗୁୁମ୍ଫା ଭିତରେ ଶ୍ରଦ୍ଧାଳୁମାନଙ୍କୁ ଦେଖା ଦେବାକୁ ଥିବା ଶିବଲିଙ୍ଗର ପ୍ରଥମ ଫଟୋ । ତେବେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଗୁମ୍ଫା ମଧ୍ୟରେ ସୃଷ୍ଟି ହେଉଥିବା ଶିବଲିଙ୍ଗର ଆକାର ଛୋଟ ରହିଛି । ଚଳିତ ବର୍ଷ ଜମ୍ମୁ- କଶ୍ମିର ଉପତ୍ୟକାରେ ହୋଇଥିବା କମ୍ ବରଫପାତ ଓ ବୃଦ୍ଧି ପାଉଥିବା ତାପମାତ୍ରା ଏହାର କାରଣ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ନିକଟ ଅତୀତରେ ଉପତ୍ୟକାରେ ହୋଇ ଯାଇଥିବା ବରଫ ଝଡ଼ ପରିପ୍ରେକ୍ଷୀରେ ଅମରନାଥ ଗୁମ୍ଫାକୁ ଯାଇଥିବା ବାଟ ସଂପୂର୍ଣ୍ଣ ରୂପେ ଅବରୋଧ ହୋଇ ପଡ଼ିଛି । ଏବଂ ଅମରନାଥ ମନ୍ଦର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ରାସ୍ତା ସଫା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏବଂ ଜୁନ୍ ୨୮ର ଯଥେଷ୍ଟ ପୂର୍ବରୁ ଏହା ଶେଷ ହୋଇଯିବ ବୋଲି କହିଛନ୍ତି ଟ୍ରଷ୍ଟବୋର୍ଡ଼ କର୍ତ୍ତୃପକ୍ଷ । ଗତବର୍ଷ ୪ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାକୁ ଯିବା ସହ ଲିଙ୍ଗର ଦର୍ଶନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/3_2.jpeg)