‘ହାଫ ଗର୍ଲଫ୍ରେଣ୍ଡ’ରେ ଶ୍ରଦ୍ଧା ଓ ଅର୍ଜୁନ କପୁରଙ୍କ ରୋମାଣ୍ଟିକ ଅନ୍ଦାଜ ! ରିଲିଜ ହେଲା ସିନେମାର ଫାଷ୍ଟଲୁକ୍

48

ସିନେମା ‘ହାଫ ଗର୍ଲଫ୍ରେଣ୍ଡ’ରେ ଶ୍ରଦ୍ଧା କପୁରଙ୍କ ଲୁକ୍ ରିଲିଜ କରିବା ପରେ ଏବେ ଏହି ସିନେମାର ଫାଷ୍ଟଲୁକ ରିଲିଜ ହୋଇଛି । ଏହି ପୋଷ୍ଟରରେ ଶ୍ରଦ୍ଧା କପୁର ଓ ଅର୍ଜୁନ କପୁର ବର୍ଷାରେ ଭିଜୁଥିବାର ଦେଖାଯାଉଛି । ବହୁତ ରୋମାଣ୍ଟିକ ଅନ୍ଦାଜରେ ଉଭୟେ ଏହି ପୋଷ୍ଟରରେ ନଜର ଆସୁଛନ୍ତି । ଏହାସହ ପୋଷ୍ଟରରେ ଉଭୟଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ନଜର ଆସୁଛି ।

ପ୍ରଥମ ଥର ପାଇଁ ବଲିଉଡର ଏହି ଦୁଇ ଲୋକପ୍ରିୟ କଳାକର ଏକାଠି ଅଭିନୟ କରୁଛନ୍ତି । ‘ହାଫ ଗର୍ଲଫ୍ରେଣ୍ଡ’ ଚେତନ ଭଗତଙ୍କ ଦ୍ୱାରା ଲେଖା ଯାଇଥିବା ଉପନ୍ୟାସ ଯାହା ୨୦୧୪ରେ ଆସିଥିଲା । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ମୋହିତ ଶୁରୀ । ସିନେମା ୧୯ ମେ ରେ ରିଲିଜ ହେବ ବୋଲି ଜଣାପଡିଛି ।