କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ଦେଶର ପ୍ରଥମ ମହିଳା : ମାସ୍କ ତିଆରି କରି ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସବିତା କୋବିନ୍ଦ

Advertisment
କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ଦେଶର ପ୍ରଥମ ମହିଳା : ମାସ୍କ ତିଆରି କରି ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସବିତା କୋବିନ୍ଦ

କନକ ବ୍ୟୁରୋ : କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ଦେଶର ପ୍ରଥମ ମହିଳା । ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର । କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।ଏପରି ସମୟରେ ଦେଶର ପ୍ରଥମ ମହିଳା, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ବାସଭବନରେ ଥିବା ଶକ୍ତିହାଟରେ ତିଆରି ହୋଇଥିବା ଏହି ମାସ୍କ ଦିଲ୍ଲୀର ସହରାଂଚଳ ଆଶ୍ରୟସ୍ଥଳରେ ବଣ୍ଟନ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ କରୋନା ମୁକାବିଲା ପାଇଁ ସାରା ଦେଶ ଏକ୍ ହୋଇଥିବା ସମୟରେ ଦେଶର ପ୍ରଥମ ମହିଳା ନିଜେ ସିଲେଇ ମେସିନରେ ବସି ମାସ୍କ ତିଆରି କରି ଦେଶବାସୀଙ୍କୁ ବଡ ବାର୍ତ୍ତା ଦେଇଛନ୍ତି । ଆବଶ୍ୟକତା ପୂରଣ ପାଇଁ ସମସ୍ତେ ମାସ୍କ ପାଇଁ ବଜାରକୁ ନଦୌଡି ଘରେ ତିଆରି କରନ୍ତୁ ମାସ୍କ । ଆବଶ୍ୟକତା ଅନୁସାରେ ଅନ୍ୟକୁ ମଧ୍ୟ ଏନେଇ ମାସ୍କ ପ୍ରଦାନ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe