କଟକ କ୍ୟାଂଟନମେଂଟ ରୋଡରେ ଗର୍ଜିଲା ବନ୍ଧୁକ ! ଗୁଳିମାଡରେ ଯୁବକ ଗୁରୁତର

25

କନକ ବ୍ୟୁରୋ : କଟକ କ୍ୟାଂଟନମେଂଟ ରୋଡରେ ଗୁଳିକାଣ୍ଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଏମଡି ଜାମିନ ବୋଲି ଜଣାପଡିଛି । ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିବା ସୂଚନା ମିଳିଛି । ଜାମିନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଜାମିନ୍ ସ୍କୁଲରେ ପିଲାଙ୍କୁ ସ୍କୁଲରେ ଛାଡି ଫେରୁଥିବାବେଳେ ଏହି ଗୁଳିମାଡ ହୋଇଛି । ଡିସିପି ମେଡିକଲାକୁ ଯାଇ ଜାମିନ୍ ଓ ତାଙ୍କ ପରିବାରର ଲୋକଙ୍କୁ ଭେଟି ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିମାଡର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ ହୋଇଥିବା ସନ୍ଦେହ କରୁଛି ପୁଲିସ୍ ।