ମୁମ୍ବାଇର ଜିଏସଟି ଭବନରେ ଭୟାବହ ଅଗ୍ନିକାଣ୍ଡ : ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

Advertisment
ମୁମ୍ବାଇର ଜିଏସଟି ଭବନରେ ଭୟାବହ ଅଗ୍ନିକାଣ୍ଡ : ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

https://khabar.ndtv.com/

କନକ ବ୍ୟୁରୋ : ମୁମ୍ବାଇର ଭାୟଖଲାସ୍ଥିତ ଜିଏସ୍‌ଟି ଭବନରେ ଭୟାବହ ଅଗ୍ନିକାଣ୍ଡ  । ଆଜି ପୂର୍ବାହ୍ନରେ ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ୍‌ ଠାରେ ଥିବା ଜିଏସ୍‌ଟି ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଠା ମଧ୍ୟରେ କେତେକ ଲୋକ ରହିଯାଇଥିବା ଆଶଙ୍କା କରାଯାଉଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି  ।

ପ୍ରାପ୍ତ ସୂଚନା ଅନୁସାରେ, ଜିଏସ୍‌ଟି ଭବନର ୮ମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ସେଠାରୁ ନିଆଁ ୯ମ ମହଲାକୁ ବ୍ୟାପୀ ଯାଇଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୯ଟି ଦମକଳ ଉଦ୍ୟମ ଚଳାଇଛନ୍ତି । ଅଟ୍ଟାଳିକାର ୮ମ ଓ ୯ମ ମହଲାରୁ ପ୍ରବଳ କଳାଧୂଆଁ ଉଠୁଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମଧ୍ୟ ମିଳିନାହିଁ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe