କନକ ବ୍ୟୁରୋ: ଭୁବନେଶ୍ୱରର ଫଳବଜାରରେ ଭୟାବହ ଅଗ୍ନିକାଣ୍ଡ । କଳ୍ପନା-ରାଜମହଲ ଓଭରବ୍ରିଜ ନିକଟରେ ଅଗ୍ନିକାଣ୍ଡ ଘଟି ୨୫ଟି ଦୋକାନ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଫଳ ବଜାରରେ ନିଆଁ ଲାଗିଯିବାରୁ ପ୍ରାୟ ୨୫ଟି ଦୋକାନ ପୋଡି ପାଉଁଶ ହୋଇଯାଇଛି।

Advertisment

ଏଥିସହ ଏହି ଦୋକାନ ଗୁଡ଼ିକରେ ଥିବା ବହୁ ପରିମାଣର ଫଳ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଭୁବନେଶ୍ୱରରେ ପ୍ରମୁଖ ଫଳବଜାର ମଧ୍ୟରେ କଳ୍ପନା ଛକରେ ଥିବା ଫଳ ବଜାର ଅନ୍ୟତମ । ଏଠାରେ ପ୍ରାୟ ୩୦ରୁ ଅଧିକ ଦୋକାନ ରହିଛି । କାଲି ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀକୁ ବହୁ ସମୟ ଧରି କସରତ କରିବାକୁ ପଡିଥିଲା ।