http://sambad.in/
କନକ ବ୍ୟୁରୋ : ଡେଲାଙ୍ଗ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନାର ମାଛପଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏଥିରେ ୨୧ ବଖରା ଘର ଜଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୨ଟା ସମୟରେ ମାଛପଡ଼ା ଗ୍ରାମର ଭାଗିରଥୀ ସ୍ବାଇଁଙ୍କ ଘରେ ସେହି ଗାଆଁର ଆଲୁ ମହାନ୍ତି ନାମକ ଜଣେ ଲୋକ ଏବଂ ତାର ଜଣେ ସହଯୋଗୀ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେଦୁହେଁ ଦୌଡ଼ି ପଳାଉଥିବାର ଦେଖିବାକୁ ପାଇଥିଲେ କିଛି ଗ୍ରାମବାସୀ ।
Follow Us