ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ : ବାଲେଶ୍ୱର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଲାଗିଲା ନିଆଁ

486

କନକ ବ୍ୟୁରୋ : ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି । ବାଲେଶ୍ୱର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନର ଶେଷକୁ ଥବା ଜେନେରେଟର ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ଜେନେରଟର ବଗିକୁ ଟ୍ରେନରୁ ଅଲଗା କରିଦିଆଯାଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବିଭାଗ ଗାଡ଼ି ଉଦ୍ୟମ ଜାରି ରଖିଛି । ତେବେ ଏହି ଅଗ୍ନିକାଣ୍ଡରେ  କୌଣସି ଯାତ୍ରୀଙ୍କ କ୍ଷତି ନହୋଇଥିବା ସୂଚନା ମିଳିଛି ।

ତେବେ କେଉଁ କାରଣରୁ ନିଆଁ ଲାଗିଛି ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅତ୍ୟଧିକ ଗରମ ଯୋଗୁଁ କିମ୍ବା ଅନ୍ୟ କେଉଁ କାରଣରୁ ଏକ୍ସପ୍ରେସରେ ନିଆଁ ଲାଗିଛି ତାହାର ସୂଚନା ନାହିଁ । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ହେବାପରେ ଟ୍ରେନକୁ ରୋକି ଦିଆଯାଇଥିଲା । ଆଉ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ । ବର୍ତ୍ତମାନ ସମୟରେ ଦମକଳ ଗାଡ଼ି ନିଆଁକୁ ଆୟତ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।