କନକ ବ୍ୟୁରୋ : ଆପାର୍ଟମେଂଟ କାର୍ ପାର୍କିଂରେ ନିଆଁ । ଜଳିଗଲା ୨ଟି କାର୍ ଓ ୬ଟି ବାଇକ । ଭୁବନେଶ୍ୱର ଜିଜିପି କଲୋନୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଂଟର କାର ପାର୍କିଂରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ଫଳରେ ଆପାର୍ଟମେଂଟର ଚିତରଂଜନ ଦାସଙ୍କ ୨ଟି କାର ପୋଡି ଯାଇଛି ଏହାସହ ୬ଟି ବାଇକ ବି ଜଳି ଯାଇଛି । ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଗତକାଲି ରାତିରେ ସିକ୍ୟରିଟି ଗାର୍ଡ଼ ସହ ଚିତରଂଜନ ଦାସଙ୍କ ବଚସା ହୋଇଥିଲା । ଜଗିବା ପରିବର୍ତ୍ତେ ସିକ୍ୟୁରିଟି ଗାଡ଼ି ରାତି ୧୨ ଟା ବେଳକୁ ଶୋଇପଡ଼ିଥିଲେ । ଆଉ ସେଥିପାଇଁ ଚିତରଂଞ୍ଜନ ବିରକ୍ତ ହୋଇଥିଲେ । ଏଥିପାଇଁ ସିକ୍ୟୁରିଟି ଗାର୍ଡ଼ ତେବେ ଘଟଣାସ୍ଥଳରେ ଦେଖିବା ବେଳକୁ ଗୋଟ ଗ୍ୟାସ ସିଲିଣ୍ଡର ପଡ଼ିଥିଲା । ଆଉ ପଚରାଉଚରା ପରେ ଜଣା ପଡ଼ିଛି ଉକ୍ତ ସିଲିଣ୍ଡରଟି ସିକ୍ୟୁରିଟିର ଗାର୍ଡ଼ର ହିଁ ଥିଲା । ତେବେ ଏହି କାଣ୍ଡ ଘଟାଇବା ପରେ ସିକ୍ୟୁରିଟି ଗାର୍ଡ଼ ଏବେ ଫେରାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/FIRE-2.jpg)
/kanak/media/post_attachments/wp-content/uploads/2019/05/vlcsnap-error184-300x165.png)