କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗଥିବା ସନ୍ଦେହ

ଜାଳିଦେଲେ ପୁଲିଂ ଗାଡି: ପୁଲିଂ କର୍ମଚାରୀଙ୍କୁ ଓହ୍ଲାଇ ଗାଡିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ମାଓବାଦୀଙ୍କ ହାତ ଥିବା ସନ୍ଦେହ

କନକ ବ୍ୟୁରୋ : କଟକ ଏସସିବି ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ପାଥୋଲଜି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଲୋଲୋଜି ବିଭାଗର ୨ଟି ରୁମରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଫଳରେ ଲାବ୍ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଏପରିକି ଏହି ଅଗ୍ନିକାଣ୍ଡରୁ ବିଭାଗର ୧୦ରୁ ଅଧିକ ଏସି ପୋଡି ନଷ୍ଟ ହୋଇଥିବଯାଇଛି ।

ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସହଯୋଗୀ ମୃତାହତ ହୋଇଥିବାର କୌଣସି ସୂଚନା ନାହିଁ ।  ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଉପସ୍ଥିିତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ପୁଲିସ୍‌ ଏବେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିିଛି । ତେବେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe