ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା : କ୍ୟାପିଟାଲ ଥାନାରେ ଏତଲା ଦେଲା ଓଡ଼ିଶା ସୂଚନ ଅଧିକାର ଅଭିଯାନ, ଅଭିଯୋଗ ପରେ କୋଭିଡ ପରଚେଜ କମିଟିରୁ ବାଦ୍ ପଡିଛନ୍ତି ହେମନ୍ତ

604

କନକ ବ୍ୟୁରୋ : ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି । ୩୦ ଲକ୍ଷ ମାସ୍କ କେବଳ ୧୦ ଟଙ୍କାରେ କିଣାହୋଇପାରିବ ବୋଲି ନିର୍ଦ୍ଦେଶ ଆସିଥିଳା । ହୋଲସେଲରେ ୧୦ ଟଙ୍କାରେ କିଣାଯାଇ ରିଟେଲ ପ୍ରାଇସରେ ୧୬ ଟଙ୍କାରେ ବ୍ରିକି ହେବ ବୋଲି କେନ୍ଦ୍ରରୁ ଚିଠି ଆସିଥିଲା । ହେଲେ ଯେଉଁ ଦୁଇ ଗୁଣା ଅଢେଇ ଗୁଣା ଦରରେ ମାସ୍କ କିଣା ହେଲା ସେଥିରେ ଲାଭ କିଏ ପାଇଲା ବୋଲି ପ୍ରଶ୍ନ କରିଛି ଓଡିଶା ସୂଚନା ଅଧିକାରୀ ଅଭିଯାନ ।

କୋଭିଡ-୧୯ ପରଚେଜ୍ କମିଟିରୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାଦ ଦିଅଯାଇଛି । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ -୧୯ର ଏହି ଗୁରୁଦାୟିତ୍ୱ ବୁଝୁଥିଲେ ହେମନ୍ତ ଶର୍ମା । ତେବେ ଗତ କିଛି ଦିନ ହେବ ସେ ବିବାଦ ଘେରରେ ଥିଲେ । ମହାରାଷ୍ଟ୍ର ଓ ପଂଜାବର ପିପିଇ ଓ ମାସ୍କ ଗାଡିକୁ ଔଷଧ ନିଗମ ଗ୍ରହଣ ନ କରିବା ପରେ ଏ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ହେମନ୍ତ ଶର୍ମାଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା ।

Comments are closed.