ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା : ସାମାଜିକ ଦୂରତା ଉଲଂଘନ ଅଭିଯୋଗର କ୍ୟାପିଟାଲ ଥାନାରେ ଏତଲା,ସେପଟେ ନିଜ ଆଡୁ ଜରିମାନା ଭରିଲେ ଅପରାଜିତା

1,467

କନକ ବ୍ୟୁରୋ : କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ମାମଲା ରୁଜୁ । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି । ସାମାଜିକ ଦୂରତା ପାଳନ କରି, ମାସ୍କ ନପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଥିଲେ । ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ ।

ଏପରିକି ଦଳୀୟ ସଂଗଠନ ସଜାଡିବାକୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ହେଲେ ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନିନଥିଲେ କି ମୁହଁରେ ମାସ୍କ ପିନ୍ଧିନଥିବା ଏତଲାରେ ଦର୍ଶାଯାଇଛି । ସରକାର କରୋନା ମୁକାବିଲା ପାଇଁ ସଚେତନତା କରୁଛନ୍ତି । ହେଲେ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ । ସେପଟେ ସାମାଜିକ ଦୂରତାକୁ ପାଳନ କରିନଥିବାରୁ ନିଜ ଆଡୁ ଜରିମାନ ଦେଇଥିଲେ ଭୁବନେଶ୍ୱର ସାଂସଦ । ୧୦୦ ଟଙ୍କା ଜରିମାନା ଦେଇଥିଲେ ଅପରାଜିତା ସଡଙ୍ଗୀ ।