ମିରିଗି ରୋଗର ଜୋତା ଶୁଙ୍ଘା ଉପଚାର : ସାମୂହିକ ବିବାହ ବେଳେ ଅଚେତ ହୋଇଥିବା ବରକୁ ଜୋତା ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କଲେ ଉପଜିଲ୍ଲାପାଳ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା

390

କନକ ବ୍ୟୁରୋ : ମିରିଗି ରୋଗର ଉପଶମ ପାଇଁ ଜୋତା ଶୁଙ୍ଘା ଉପଚାର । ଏପରି ଅଭାନୀୟ ଚିତ୍ର ଆସିଛି ମାନକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେବାଡା ଜିଲ୍ଲାରୁୁ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ଏକ ସାମୁହିକ ବିବାହର ଆୟୋଜନ କରାଯାଇଥିଲା । ତେବେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବର ଅଚେତ ହୋଇପଡିଥିଲେ । ଆଉ ସେଠାରେ ଉପସ୍ଥିତ ଡେପୁଟୀ କଲେକ୍ଟର ଅଭିଷେକ ଅଗ୍ରୱାଲ ତାଙ୍କ ଜୋତା ଖୋଲି ବରକୁ ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।

ଡେପୁଟୀ କଲେକ୍ଟରଙ୍କ ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ କରିଥିବା ଉପଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ମିରିଗି ରୋଗର ତୁରନ୍ତ ନିରାକରଣ ଲାଗି ଗାଁ ଗଣ୍ଡାରେ ଜୋତା ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥାଏ । ହେଲେ ଆଜିକା ଡାକ୍ତିରୀ ଯୁଗରେ ବି ଡେପୁଟୀ କଲେକ୍ଟର ଭଳି ଜଣେ ଉଚ୍ଚଅଧିକାରୀ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଏପରି ଉପଚାର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.