କନକ ବ୍ୟୁରୋ : ମିରିଗି ରୋଗର ଉପଶମ ପାଇଁ ଜୋତା ଶୁଙ୍ଘା ଉପଚାର । ଏପରି ଅଭାନୀୟ ଚିତ୍ର ଆସିଛି ମାନକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେବାଡା ଜିଲ୍ଲାରୁୁ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ଏକ ସାମୁହିକ ବିବାହର ଆୟୋଜନ କରାଯାଇଥିଲା । ତେବେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବର ଅଚେତ ହୋଇପଡିଥିଲେ । ଆଉ ସେଠାରେ ଉପସ୍ଥିତ ଡେପୁଟୀ କଲେକ୍ଟର ଅଭିଷେକ ଅଗ୍ରୱାଲ ତାଙ୍କ ଜୋତା ଖୋଲି ବରକୁ ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।
ଡେପୁଟୀ କଲେକ୍ଟରଙ୍କ ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ କରିଥିବା ଉପଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ମିରିଗି ରୋଗର ତୁରନ୍ତ ନିରାକରଣ ଲାଗି ଗାଁ ଗଣ୍ଡାରେ ଜୋତା ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥାଏ । ହେଲେ ଆଜିକା ଡାକ୍ତିରୀ ଯୁଗରେ ବି ଡେପୁଟୀ କଲେକ୍ଟର ଭଳି ଜଣେ ଉଚ୍ଚଅଧିକାରୀ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଏପରି ଉପଚାର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/CHAPAL.jpg)