ଇଂଟରନେଟ୍ ନଥିଲେ ମଧ୍ୟ ଚଳାଇପାରିବେ ହ୍ୱାଟସଆପ୍ ! ହେଲେ କିପରି ଜାଣନ୍ତି କି ?

66

ଆଜିକାଲି ସ୍ମାର୍ଟଫୋନ୍‌ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ବେଳେ ସ୍ମାର୍ଟଫୋନ୍‌ ସହିତ ଇଣ୍ଟର୍‌ନେଟ୍‌ର ସଂଯୋଗ ରହିବା ମଧ୍ୟ ଅତ୍ୟନ୍ତ ଜରୁରୀ । କାରଣ ବିନା ଇଣ୍ଟର୍‌ନେଟ୍‌ରେ ସ୍ମାର୍ଟଫୋନ୍‌ର ଅର୍ଥ ମୂଲ୍ୟହୀନ ହୋଇଥାଏ । ସାଧାରଣତଃ ବହୁତ ଥର ଏମିତି ବି ଦେଖାଯାଏ କି ଆମେ ଇଣ୍ଟରନେଟ୍‌ ସମସ୍ୟା ହେତୁ ଏକ ଜରୁରୀ ମେସେଜ୍‌, ଭିଡିଓ ବା ଫଟୋକୁ ପଠାଇ ପାରି ନ ଥାଉ ।  ଆଉ ଯଦି ଆପଣ ବି ଏମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତ ତେବେ ଖବରଟି ଆପଣଙ୍କ ପାଇଁ ଜରୁରୀ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଇଣ୍ଟରନେଟ୍‌ ବିନା କିଭଳି ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌କୁ ଚଲାଇପାରିବେ ସେହି ବିଷୟରେ ଜଣାଇବୁ ।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ବଜାରରୁ ଏକ ସ୍ପେସିଆଲ୍‌ ସିମ୍‌ କାର୍ଡ଼ କିଣିବାକୁ ପଡ଼ିବ । ଏହା ସାହାଯ୍ୟରେ ଆପଣ ବର୍ଷ ସାରା ବିନା ଇଣ୍ଟରନେଟରେ ହିଁ ଆପଣଙ୍କ ଫୋନ୍‌ରେ ହ୍ଵାଟ୍‌ସ ଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଭଳି ଆପ୍‌ସକୁ ଚଲାଇପାରିବେ । ତେବେ ଏହି ସିମ୍‌ର ନାମ ‘ଚାଟ୍‌ସିମ୍‌’ । ଏଥିସହିତ ଏହି ସିମ୍‌କୁ ଆପଣ ଚାହିଁଲେ ଏହାର ୱେବସାଇଟ୍‌ ବା ଇ-କମର୍ସ ସାଇଟ୍‌ରୁ କିଣିପାରନ୍ତି  । ଏହାର ମୂଲ୍ୟ ମାତ୍ର ୧୮,୦୦ ଟଙ୍କା ହୋଇଥିବା ବେଳେ, ଏହାର ବୈଧତା ୧ ବର୍ଷ  । ତେବେ ୧ ବର୍ଷ ପରେ ପୁଣିଥରେ ଆପଣଙ୍କୁ ଏହି ସିମ୍‌କୁ ରିଚାର୍ଜ କରିବାକୁ ହେବ । ଏହାସହିତ ଏହି ସିମ୍‌ର ସବୁଠୁ ବଡ଼ କଥା ହେଉଛି ଏଇଆ ଯେ ଏହା କୌଣସି ବି ଫୋନ୍‌ରେ ସେଟ୍‌ ହୋଇଯିବ । ଆପଣ ଯେଉଁଠି ଥାଆନ୍ତୁ ପଛକେ ତାହା ଆପଣଙ୍କ ଦେଶ ହେଉ କି ବିଦେଶ, ଏହା ସବୁଠାରେ କାର୍ୟ୍ୟ କରିବ ।