ନୃଶଂସ ବାପା : ମା’ ପାଖକୁ ଯିବାକୁ ଅଝଟ କଲା ବୋଲି ଝିଅକୁ ହତ୍ୟା କଲା ବାପା

Advertisment
ନୃଶଂସ ବାପା : ମା’ ପାଖକୁ ଯିବାକୁ ଅଝଟ କଲା ବୋଲି ଝିଅକୁ ହତ୍ୟା କଲା ବାପା

କନକ ବ୍ୟୁରୋ : ରାତି‌ରେ ମା’ ପାଖକୁ ଯିବା ପାଇଁ କାନ୍ଦିବାରୁ ୪ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଛି ତାର ବାପା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ରାଙ୍କି ଗ୍ରାମ ମୁଣ୍ଡାସାହିରେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବାପା ସୋନୁ ମୁଣ୍ଡାକୁ ଗିରଫ କରିଛି । ବାପାର ବିଧା ଓ ଗୋଇଠା ମାଡ଼ରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଙ୍କି ଗ୍ରାମ ମୁଣ୍ଡାସାହିର ସୋନୁ ଓ ସ୍ତ୍ରୀ ଗୁରୁବାରୀଙ୍କ ମଧ୍ୟରେ କିଛିଦିନ ତଳେ ଝଗଡ଼ା ହୋଇଥିଲା । ଗୁରୁବାରୀ ୩ ଛୁଆଙ୍କୁ ଧରି ନିକଟରେ ରହୁଥିବା ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ମଝିଆ ଝିଅ ପୂଜା ବାପା ସୋନୁ ପାଖକୁ ଚାଲି ଆସିଥିଲା । ବାପା ପାଖରେ କିଛି ସମୟ ରହିବା ପରେ ରାତିରେ ପୁଣି ମା’ ପାଖକୁ ଯିବା ପାଇଁ କାନ୍ଦିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୋନୁ ପୂଜାକୁ ବିଧା, ଗୋଇଠା ସାଙ୍ଗକୁ ନିସ୍ତୁକ ମାଡ଼ ମାରିଥି‌ଲା । ଫଳରେ ପୂଜାର ମୃତ୍ୟୁ ଘଟିଥିଲା ।

ଝିଅର ମୃତ୍ୟୁ ହେବା ଜାଣି ସୋନୁ ଶବକୁ ବାରଣ୍ଡାରେ ପକାଇ ଦେଇଥିଲା। ଆଜି ସକାଳେ ଗୁରୁବାରୀ ଘରକୁ ଫେରିଥିଲେ। ଝିଅର ମୃତଦେହ ବାରଣ୍ଡାରେ ପଡ଼ିଥିବା ଦେଖି କାନ୍ଦିଥିଲେ। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଛି। ଏହି ଘଟଣାରେ ଅଭିଯୁକ୍ତ ବାପା ସୋନୁକୁ ପୁଲିସ ଗିରଫ କରିଛି। ସୋନୁ ଝିଅ ପୂଜାକୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe