କାନ୍ଧ ଦେବାକୁ କେହି ଆସିଲେନି । ପୁଅର ଶବକୁ ନଦୀରେ ଭସାଇଦେଲା ବାପା । ସାପ କାମୁଡ଼ାରେ ହୋଇଥିଲା ମୃତ୍ୟୁ

Advertisment
କାନ୍ଧ ଦେବାକୁ କେହି ଆସିଲେନି । ପୁଅର ଶବକୁ ନଦୀରେ ଭସାଇଦେଲା ବାପା । ସାପ କାମୁଡ଼ାରେ ହୋଇଥିଲା ମୃତ୍ୟୁ

କନକ ବ୍ୟୁରୋ :  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ସିଣ୍ଡୋଲ ଗ୍ରାମର ରାମଚନ୍ଦ୍ର ରଣାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ମାତ୍ର କାନ୍ଧ ଦେବାକୁ କେହି ନ ଆସିବାରୁ ବାପା ବଳଦେବ ରଣା ପୁଅର ଶବରୁ ନଦୀରେ ଭସାଇ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପୁଲିସ ସୂଚନା ଅନୁସାରେ, ଗତ ୧୩ ତାରିଖ ସନ୍ଧ୍ୟାରେ ରାମଚନ୍ଦ୍ରଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସେତେବେଳେ ତାଙ୍କ ମା’ ଘରେ ଏକା ଥିଲେ । ସେ ଅରଖ କ୍ଷୀର ଆଣି ପୁଅକୁ ଦେଇଥିଲେ। ଗାଈ ଚରାଇ ଯାଇଥିବା ତାଙ୍କ ବାପା ବଳଦେବ ଫେରିବା ବେଳକୁ ପୁଅର ମୃତ୍ୟୁ ହୋଇ ସାରିଥିଲା । ପଡ଼ୋଶୀଙ୍କ ସହ ବଳଦେବଙ୍କ ଭଲ ସମ୍ପର୍କ ନ ଥିବାରୁ ଦାହ ସତ୍କାର ପାଇଁ କେହି ଆସି ନଥିଲେ । ଫଳରେ ବଳଦେବ ସାନ ପୁଅ ସହ ଶବକୁ ନେଇ ମହାନଦୀରେ ଫିଙ୍ଗି ଦେଇଥିଲେ। ପରେ ସାପ କାମୁଡ଼ାରେ ପୁଅର ମୃତ୍ୟୁ ହୋଇଥିବା ବଳଦେବ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ।

କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ଉଲୁଣ୍ଡା ଥାନା ଆଇଆଇସି ଚନ୍ଦ୍ର ମୋହନ ସିଂ, ଏସ୍‌ଆଇ ଶରତ ଆଚାର୍ଯ୍ୟ ପୁଲିସ ଟିମ୍‌ ସହ ସିଣ୍ଡୋଲ ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ବଳଦେବ ନଦୀରେ ଫିଙ୍ଗିଥିବା ସ୍ଥାନ ପୁଲିସକୁ ଦେଖାଇଥିଲେ। ଡଙ୍ଗା ସାହାଯ୍ୟରେ ନଦୀରେ ଖୋଜାଖୋଜି ପରେ ବି ଶବ ମିଳିନଥିଲା। ଉଲୁଣ୍ଡା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe