ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନରେ କଳାବାଦଲ ! ଅସନ୍ତୁଷ୍ଟ କୃଷକ, ଜମି ଦେବା ପାଇଁ ହେଉଛନ୍ତି ଅମଙ୍ଗ

36

ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନରେ ଆଶଙ୍କାର କଳାବାଦଲ । ଗତ ସେପ୍ଟେମ୍ବର ମାସରେ ଭାରତର ଅହମଦାବାଦରେ ବୁଲେଟି ଟ୍ରେନ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ଦେଶରେ ବୁଲେଟି ଟ୍ରେନ୍ ଗଡ଼ିବ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସତ ହେବ କି ନାହିଁ ବୋଲି ବିଭିନ୍ନ ପ୍ରଶ୍ନ ଉଠୁଛି । ମୋଦିଙ୍କ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ମୁସ୍କିଲ ଦେଖାଦେଇଛି । ତେବେ ଏଥିର ଅସୁବିଧା ସୃଷ୍ଟି ହେଉଛି କୃଷକଙ୍କ ପାଇଁ । ମହାରାଷ୍ଟ୍ର ଓ ଗୁଜରାଟର କୃଷକ ବୁଲେଟ ଟ୍ରେନ ସ୍ୱପ୍ନ ସାକାର ହେବାରେ ବାଧା ସୃଷ୍ଟି କରୁଛନ୍ତି । ପ୍ରକୃତ କଥା ହେଲା କୃଷକମାନେ ନିଜ ଜମିରେ ପାଇଁ ପାଇଥିବା କ୍ଷତିପୂରଣକୁ ନେଇ ସନ୍ତୁଷ୍ଟ ନାହାନ୍ତି । ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ନିଜ ଜମି ଦେବା ପାଇଁ ମନା କରିଦେଇଛନ୍ତି ।

ନିକଟରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର କୃଷକମାନେ ବୁଲେଟ୍ ଟ୍ରେନ୍ ପରିଯୋଜନା ବିରୋଧରେ ଜିଲ୍ଲାପାଳ କାଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାର କୃଷକମାନେ ଜମି ଅଧିକଗ୍ରଣ ପ୍ରତିବଦଳରେ ପାଇଥିବା କ୍ଷତିପୂଣରେ ଖୁସି ନୁଅନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧,୦୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ ରହିଛି । ବୁଲେଟ ଟ୍ରେନ୍ ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବ, ଯାହା ୫୦୮ କିମି ଦୂର ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ପ୍ରକଳ୍ପର ପୁରା ଖର୍ଚ୍ଚ ୮୧ ପ୍ରତିଶତ ଜାପାନ ସରକାର ଠାରୁ ସହାୟତା ସ୍ୱରୂପ ମିଳୁଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଏହି ପ୍ରକଳ୍ପକୁ ନେଇ ଜାପାନର ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ଖୁସି ନୁହନ୍ତି । ସେମାନଙ୍କ ଅନୁସାରେ ମୁମ୍ବାଇ-ଅମହମଦାବାଦ ପରିଯୋଜନା ପାଇଁ ମାତ୍ର ୫ ବର୍ଷ ସମୟ ରହିଛି । ଆଉ ଆଜିଯାଏଁ ଭୂମି ଅଧିକଗ୍ରହଣ ନେଇ ବିବାଦ ଚାଲିଛି । ଏପରି ହେଲେ ସଠିକ ସମୟରେ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ଆଶଙ୍କା ହେଉଛି ।