କନକ ବ୍ୟୁରୋ : ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ । ଆଜି ବି ଚାଷୀ ଆତ୍ମହତ୍ୟାକୁ ନେଇ ସରଗରମ ଗୃହ । ଗୃହ ଆରମ୍ଭରୁ ପ୍ରଶ୍ନକାଳ ବେଳେ ବିଜେପି ସଦସ୍ୟ ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଘଂଟାଏ ଯାଏଁ ମୁଲତବି ରଖିଥିଲେ ବାଚସ୍ପତି ।
ପୁଣି ସାଢେ ୧୧ରେ ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ୧୨ଟା ୫୫ ଯାଏ ମୁଲତବୀ କରାଯାଇଥିଲା । ଗୃହ ଆରମ୍ଭ ହେବା ପରେ ପୁଣି ହଟ୍ଟଗୋଳ ହୋଇଥିଲା । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସର ହୋହାଲ୍ଲା ପରେ ଗୃହକୁ ୩ଟା ଯାଏଁ ମୁଲବତୀ କରାଯାଇଛି । କୃଷି ମନ୍ତ୍ରୀଙ୍କ ବିବୃତ ପ୍ରତିବାଦରେ ବାଚସ୍ପତି ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ବିରୋଧୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-15-14h41m39s202.png)