ବିଧାନସଭାରେ ପୁଣି ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ! ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ କାଲି ଯାଏ ଗୃହ ମୁଲତବୀ

43

କନକ ବ୍ୟୁରୋ : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବି ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ । ପ୍ରଥମ ଦିନରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ କାଲି ଯାଏ ମୁଲତବୀ କରାଯାଇଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ବରଗଡ ଚାଷୀ ଖଏନୁ ବଗର୍ତି ଆତ୍ମହତ୍ୟା ପ୍ରସଙ୍ଗରେ କୃଷି ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗକୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି ବିରୋଧୀ କଂଗ୍ରେସ । ବାଚସ୍ପତି ସ୍ୱାଧୀକାର ଭଙ୍ଗ ନୋଟିସ ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି । ବରଗଡ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କରି କଂଗ୍ରେସ ସଦସ୍ୟ ମଧ୍ୟ ଗୃହରେ ହୋହାଲ୍ଲା କରିଛନ୍ତି । ଫଳରେ ଗୃହକୁ କାଲି ଯାଏ ମୁଲତବୀ କରାଯାଇଛି ।