କନକ ବ୍ୟୁରୋ : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବି ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ । ପ୍ରଥମ ଦିନରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ କାଲି ଯାଏ ମୁଲତବୀ କରାଯାଇଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।
ବରଗଡ ଚାଷୀ ଖଏନୁ ବଗର୍ତି ଆତ୍ମହତ୍ୟା ପ୍ରସଙ୍ଗରେ କୃଷି ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗକୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି ବିରୋଧୀ କଂଗ୍ରେସ । ବାଚସ୍ପତି ସ୍ୱାଧୀକାର ଭଙ୍ଗ ନୋଟିସ ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି । ବରଗଡ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କରି କଂଗ୍ରେସ ସଦସ୍ୟ ମଧ୍ୟ ଗୃହରେ ହୋହାଲ୍ଲା କରିଛନ୍ତି । ଫଳରେ ଗୃହକୁ କାଲି ଯାଏ ମୁଲତବୀ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-14-13h47m30s516.png)