ବାଲେଶ୍ୱର : ଋଣ ସୁଝିନପାରି ବାଲିଆପାଟିରେ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

29

କନକ ବ୍ୟୁରୋ : ପୁଣି ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ଏବେ ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ବାଲେଶ୍ୱର ଜିଲ୍ଲାରୁ । ବସ୍ତା ବ୍ଲକ ଅନ୍ତର୍ଗତ ନଇକୁଡି ପଂଚାୟତ ବାଲିଆପାଟି ଗାଁର ଚାଷୀ ରାମଚନ୍ଦ୍ର ବର ଋଣ ସୁଝିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରାମଚନ୍ଦ୍ର ନିଜର ୨ ଏକର ଜମିରେ ଧାନ ଓ ମୁଗ ଚାଷ କରିଥିଲେ । ଏଥିପାଇଁ ସେ ୨୦ ହଜାର ଟଙ୍କା ଋଣ ନେଇଥିଲେ ।

କିନ୍ତୁ କାଳବୈଶାଖୀ ଯୋଗୁଁ ଚାଷ ନଷ୍ଟ ହୋଇଯାଇଛି । ଫଳରେ ଋଣ ସୁଝିନପାରି ଭୟରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ରାମଚନ୍ଦ୍ର କୀଟନାଶକ ପିଇଦେଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସିଙ୍ଗଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।