ପୁରୀରେ ପଡ଼ିଲା ଫୋନି : ଉଗ୍ର ରୂପ ଧାରଣ କରିବା ସହ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼

1,370

କନକ ବ୍ୟୁରୋ : ଉଗ୍ର ରୂପ ଧାରଣ କଲା ସାମୁଦ୍ରିକ ବାତ୍ୟା ଫୋନି । ପୁରୀରେ ତାଣ୍ଡବ ରଚିବା ଆରମ୍ଭ କଲାଣି ଫୋନି । ସମୁଦ୍ର ଅଶାନ୍ତ ରହିବା ସହ ଜୁଆରିଆ ହୋଇଛି ସମୁଦ୍ର । ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିଛି । ଶ୍ରୀକ୍ଷେତ୍ରରେ ପ୍ରବଳ ବେଗରେ ପବନ ବହୁଛି । ଆହୁରି ଅଧିକ ବେଗରେ ପବନ ବହିପାରେ । ଧୀରେ ଧୀରେ ଅତି ପ୍ରଚଣ୍ଡ ରୂପ ଧାରଣ କରୁଛି ବାତ୍ୟା ଫୋନି ।

ପୁରୀରେ ପଡ଼ିଲା ଫୋନି । ଫୋନି ପ୍ରଭାବରେ ଶ୍ରୀମନ୍ଦିରର ଘଂଟି କୁଆଡ଼େ ଉଡ଼େଇ ନେଇଯାଇଛି । ବଡ଼ ଦାଣ୍ଡରେ ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି । ପୁରୀ ସହରରେ ଶହ ଶହ ନଡ଼ିଆ ଗଛ ଉପୁଡ଼ି ପଡ଼ିଛି । ଫୋନି ପ୍ରଭାବରେ ବିଶେଷ ଭାଗରେ କ୍ଷତିଗ୍ରସ୍ତ ହୋଇଛି ପୁରୀ ସହର । ଏହାବ୍ୟତୀତ ଏଠାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଫୋନିର ଭୟାବହ ପ୍ରଭାବ ଦେଖିବା ପାଇଁ ମିଳୁଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲୁଛି । ପବନର ବେଗ ପ୍ରଚଣ୍ଡରୁ ପ୍ରଚଣ୍ଡ ରୂପ ଧାରଣ କରୁଛି । ରାଜ୍ୟର ଉପକୁଳ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି ।

ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି ।  ସ୍ଥଳାଭାଗ ଛୁଇଁଥିବାରୁ ଆସନ୍ତା କିଛି ଘଣ୍ଟାପରେ ଏହାର ଶକ୍ତି ହ୍ରାସ ପାଇବା ଆରମ୍ଭ କରିବ । ଧୀରେ ଧୀରେ ଏହା ଉତ୍ତପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ  ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।