ଲ୍ୟାଣ୍ଡଫଲର ପ୍ରକ୍ରିୟା ଆରମ୍ଭ : ପୁରୀରୁ ୭୦ କିମି ଓ ଗୋପାଳପୁରରୁ ୭୫ କିମି ଦୂରରେ ଫୋନି

459

କନକ ବ୍ୟୁରୋ : ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ତାଜା ଖବର ଅନୁସାରେ ବର୍ତ୍ତମାନ ପୁରୀଠାରୁ ୭୦ କିମି ଦୂରରେ ଅଛି ବାତ୍ୟା ଫୋନି । ପୁରୀରେ ଘଂଟା ପ୍ରତି ୧୭୪ କିମି ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । ଗୋପାଳପୁର ଠାରୁ ୭୫ କିମି ଦୂରରେ ରହିଛି ବାତ୍ୟା ଫୋନି । ଏହାର ପ୍ରଭାବରେ ଗୋପାଳପୁରରେ ଘଂଟା ପ୍ରତି ୮୫ କିମି ବେଗରେ ବହୁଛି ପବନ ।

ସେପଟେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅଧିକ ଏନଡିଆରଫ୍ ଟିମ୍ ମାଗିଲା ରାଜ୍ୟ । କେନ୍ଦ୍ରକୁ ୨୦ଟି ଅଧିକ ଏନଡ଼ିଆରଏଫ୍ ଟିମ୍ ମାଗିଲା ଓଡ଼ିଶା । ପୂର୍ବରୁ ରାଜ୍ୟରେ ୨୮ଟି ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି । ପାଟଣାରୁ ୬ଟି, ବାରାଣାସୀରୁ ୪ଟି ଏନଡ଼ିଆରଏଫ୍ ଟିମ ମୁତୟନ ଅଛନ୍ତି ।