ପୁରୀରେ ବାତ୍ୟା ପ୍ରଭାବରେ ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ : ଶ୍ରୀକ୍ଷେତ୍ରରେ ଘଂଟା ପ୍ରତି ୧୭୪ କିମି ବେଗରେ ବହୁଛି ପବନ

552

କନକ ବ୍ୟୁରୋ : ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ତାଣ୍ଡବ ଆରମ୍ଭ କଲାଣି ସାମୁଦ୍ରିକ ବାତ୍ୟା ଫୋନି । ବର୍ତ୍ତମାନ ସମୟରେ ପୁରୀରେ ୧୭୪ କିମି ବେଗରେ ବହୁଛି ପବନ । ବାତ୍ୟା ପ୍ରଭାବରେ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଏସଆରସିଙ୍କ ସୂଚନା ଅନୁସାରେ ଯେକୌଣସି ମୁହୂର୍ତ୍ତରେ ଲ୍ୟାଣ୍ଡଫଲ କରିପାରେ ସାମୁଦ୍ରିକ ବାତ୍ୟା ଫୋନି । ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଥିବା କହିଲେ ଏସଆରସି । ତେବେ ପୁରୀରେ କୌଣସି ଧନଜୀବନ ହାନି ହେବାର ସୂଚନା ନାହିଁ ।

ଏହାବ୍ୟତୀତ ଘରର ଛପର ଉଡ଼ିବା ସହ କବାଟ ଭାଙ୍ଗିବା ଆରମ୍ଭ ହୋଇଗଲାଣି । ଦୋକାନର ଛପର ଓ ହୋଡ଼ିଂ ମଧ୍ୟ ଉଡ଼ିଯାଇଥିବା ଖବର ଆସିଛି । ଲ୍ୟାଣ୍ଡଫଲ କରିବା ପରେ ଆଉ କେତେ ଭୟଙ୍କର ରୂପ ନେବ ଫୋନି, ତାହା ଏବେଠାରୁ ଆକଳନ କରିହେଉଛି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୨୦ଟି ଓଡ୍ରାଫ୍ ଟିମ୍ ଓ ୨୮ ଟି ଏନଡ଼ିଆରଏଫ୍ ଟିମ୍ ମୁତୟନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇଏମଡ଼ି ଆକଳନ ଠିକ୍ ରହିଛି ।