ତାଣ୍ଡବ ରଚିପାରେ ଫୋନି : ସାମୁଦ୍ରିକ ବାତ୍ୟାର ଭୟାବହତାକୁ ନଜରରେ ରଖି ଅଧିକ ଏନଡିଆରଏଫ୍ ଟିମ୍ ମାଗିଲା ରାଜ୍ୟ

157

କନକ ବ୍ୟୁରୋ : ତାଜା ଖବର ଅନୁସାରେ ସକାଳ ୮ଟାରୁ ୧୨ଟା ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ଫୋନି । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅଧିକ ଏନଡିଆରଫ୍ ଟିମ୍ ମାଗିଲା ରାଜ୍ୟ । କେନ୍ଦ୍ରକୁ ୨୦ଟି ଅଧିକ ଏନଡ଼ିଆରଏଫ୍ ଟିମ୍ ମାଗିଲା ଓଡ଼ିଶା । ପୂର୍ବରୁ ରାଜ୍ୟରେ ୨୮ଟି ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି । ପାଟଣାରୁ ୬ଟି, ବାରାଣାସୀରୁ ୪ଟି ଏନଡ଼ିଆରଏଫ୍ ଟିମ ମୁତୟନ ଅଛନ୍ତି ।

ସେପଟେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ଓ ବର୍ଷା ହେଉଛି । ଗୋପାଳପୁରରେ ୧୦୫ କିମି ବେଗରେ ବହୁଛି ପବନ । ପୁରୀ ସାତପଡ଼ାରେ ୧୦୦ କିମି ବେଗରେ ବହୁଛି ପବନ । ବର୍ତ୍ତମାନ ପୁରୀରେ ୭୦ କିମି ବେଗରେ ବହୁଛି ପବନ । ପୁରୀର ଅତି ନିକଟତର ହେଉଛି ବାତ୍ୟା ଫୋନି । ଲ୍ୟାଣ୍ଡଫଲ୍ ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କିରବ ବାତ୍ୟା । ଆଉ ସେହି ସମୟାରେ ୧.୫ ମିଟର ଉର ଜୁଆର ଆସିବ ।

ଗୋପାଳପୁରରେ ୧୪୯ ମିଲିଲିଟର ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱରରେ ୪୫ ମିମି, ପୁରୀରରେ ୯୫ ମିମି , ବାଲେଶ୍ୱରରେ ୩୩ ମିମି, ପାରାଦ୍ୱୀପରେ ୨୫ ମିମି, ଚାନ୍ଦବାଲିରେ ୩୧ ମିମି ବର୍ଷା ରେକର୍ଡ଼ ହୋଇଛି । ପାଣିପାଗ ବିଭାଗ ଅନୁସାରେ ୪ ତାରିଖ ଯାଏଁ ବାତ୍ୟାର ପ୍ରଭାବ ରହିବ । ଅନ୍ୟପଟେ ବାତ୍ୟା ପାଇଁ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।