୪୦ କିମି ଦୂରରେ ଥିବା ସହ ପ୍ରଚଣ୍ଡ ବେଗରେ ମାଡ଼ି ଆସୁଛି ଫୋନି ! ପୁରୀର ପେଣ୍ଠକଟା ବସ୍ତିରେ ଭୁଶୁଡ଼ିଲା ଘର, ଭାଙ୍ଗିଗଲା ସହରରେ ଥିବା ଶହ ଶହ ନଡ଼ିଆ ଗଛ 

587

କନକ ବ୍ୟୁରୋ : ପୁରୀରେ ପ୍ରବଳ ବେଗରେ ବହୁଛି ପବନ । ବର୍ତ୍ତମାନ ସମୟରେ ପୁରୀ ଠାରୁ ୪୦ କିମି ଦୂରରେ ରହିଛି ଫୋନି । ଲ୍ୟାଣ୍ଡଫଲ କରିବା ପୂର୍ବରୁ ଉଗ୍ର ରୂପ ଧାରଣ କରିଛି ଫୋନି । ପବନର ବେଗ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ପୁରୀ ସହରର ଥିବା ଶହ ଶହ ନଡ଼ିଆ ଗଛ ଭାଙ୍ଗିପଡ଼ିଛି । ସମୁଦ୍ର ଅଶାନ୍ତ ରହିବା ସହ ଜୁଆରିଆ ହୋଇଛି ସମୁଦ୍ର । ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିଛି । ଆହୁରି ଅଧିକ ବେଗରେ ପବନ ବହିବ ବୋଲି ଆକଳନ କରାଯାଉଛି ।

 ସମୁଦ୍ର କୂଳିଆ ଅଂଚଳ ବିଶେଷ ଭାବରେ ପ୍ରଭାବିତ ହେବାରେ ଲାଗିଛି  ।ବର୍ତ୍ତମାନ ଫୋନି ପୁରୀରେ ଦାଉ ସାଧୁଛି । ଫୋନି ଯେତିକି ପାଖେଇ ଆସୁଛି, ସେତିକ ଉଗ୍ର ହେଉଛି । ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି । ଏମାନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲେ ବି, ଏହା ବିଫଳ ହୋଇଛି। ଏବେବି ବହୁ ସଂଖ୍ୟରେ ଲୋକ ସ୍ଥାନାନ୍ତର ହୋଇପାରି ନାହାନ୍ତି।

ସେପଟେ ଚନ୍ଦ୍ରଭାଗାରେ ମଧ୍ୟ ଫନି ତାଣ୍ଡବ ରଚିବା ଆରମ୍ଭ ହୋଇଛି । ପବନର ଜୋର ଏତେ ଜୋର ଅଛି ଅଛି କଥା କହିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଚାଳ ଛପର ଘର ସବୁ ଉଡ଼ିଯାଇଛି । କୋଣାର୍କ, ସାତପଡ଼ା ଅଂଚଳରେ ଭୟାନକ ରୂପ ଧାରଣ କରୁଛି ଫୋନି ।