ଏବେ ବି ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ! ପଲିଥିନ୍ ବଂଟାରେ ପାତରଅନ୍ତର ଅଭିଯୋଗ କରି ତହସିଲଦାର ଓ ଥାନାଧିକାରୀଙ୍କୁ ଘେରିଲେ ବାତ୍ୟା କ୍ଷତିଗ୍ରସ୍ତ

Advertisment
ଏବେ ବି ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ! ପଲିଥିନ୍ ବଂଟାରେ ପାତରଅନ୍ତର ଅଭିଯୋଗ କରି ତହସିଲଦାର ଓ ଥାନାଧିକାରୀଙ୍କୁ ଘେରିଲେ ବାତ୍ୟା କ୍ଷତିଗ୍ରସ୍ତ

କନକ ବ୍ୟୁରୋ : ବାତ୍ୟା ଫୋନି ରଚିଛି ତାଣ୍ଡବ । ଏବେ ଯାଏଁ ଅଂଟା ସଳଖି ପାରୁନାହାନ୍ତି ବାତ୍ୟା ବିପନ୍ନ । ସ୍ଥିତିରେ ସୁଧାର ଆସିଲେ ମଧ୍ୟ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କାକଟପୁର ବ୍ଲକରେ ବାତ୍ୟା ବିପନ୍ନଙ୍କ ପାଖରେ ପଲିଥିନ୍ ପହଞ୍ଚିପାରିନାହିଁ ବୋଲି ଅଭିଯୋଗ ହୋଇଛି । ପଲିଥିନ୍ ବଣ୍ଟାରେ ପାତରଅନ୍ତର ଅଭିଯୋଗ ହୋଇଛି । 

publive-image

କାକଟପୁର ବ୍ଲକରେ ପଲିଥିନ୍ ବଂଟନ ଠିକ ହୋଇନଥିବା ଅଭିଯୋଗ କରି ତାଲା ପକାଇଛନ୍ତି ବାତ୍ୟା ବିପନ୍ନ । ସଠିକ ସମୟରେ ସହୟତା ମିଳିନଥିବା ଅଭିଯୋଗ କରି ତାତିଛନ୍ତି ଲୋକେ ।  କାକଟପୁର ବ୍ଲକ ଓ ଥକା ପଂଚାୟର ଲୋକେ ପଲିଥିନି ନପାଇବା ଫଳରେ ପଂଚାୟତ ଅଫିସରେ ତାଲା ପକାଇଛନ୍ତି । ଏହାସହ ଗୋଟିଏ ରିଲିଫ୍ ଟ୍ରକକୁ ମଧ୍ୟ ପଂଚାୟତ ପରିସରରେ ଅଟକ ରଖାଯାଇଥଲା । 

publive-image

ଏସମ୍ପର୍କରେ ଜାଣିବା ପରେ କାକଟପୁର ତହସିଲଦାରେ, ଥାନାଧିନାକରୀ, ପୋଲିସ ସହ ଘଟରାସ୍ଥଳରେ ପହଞ୍ଚିଥିବା ପରେ କ୍ଷତିଗ୍ରସ୍ତ ତାଙ୍କୁ ମଧ୍ୟ ଘେରିଥିଲେ । ପ୍ରବଳ ବାକବିତଣ୍ଡା ହୋଇଥିଲା । କ୍ଷତିଗ୍ରସ୍ତଙ୍କୁ ଠିକ ସମୟରେ ପଲିଥିନ ବଂଟନ ପାଇଁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଘଟଣା ଶାନ୍ତ ପଡ଼ିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe