କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ଫୋନି ମାଡରେ ଜଗତସିଂହପୁର ଜିଲ୍ଲାରେ ଉଜୁଡି ଯାଇଛି ଶହ ଶହ ଏଳରର ଆଖୁ ଚାଷ । ଖାସ କରି ଜିଲ୍ଲାର ବିରିଡି, ରଘୁନାଥପୁର ଓ ଜଗତସିଂହପୁର ବ୍ଲକରେ ଆଖୁ ଚାଷୀ ଫୋନୀ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷ ଉଜୁଡି ଯାଇଛି । ଆଖୁ ଗଛ ହୋଇ ବଡ ହୋଇ ଆସିବା ବେଳକୁ ମାଡ ହେଲା ଫୋନି । ଏଥିରେ ଚାଷୀର ପୁରା ମେରୁଦଣ୍ଡ ଦୋହଲି ଯାଇଛି ।
ଏବେ କେମିତି ବର୍ଷକ ଯାକ ପରିବାର ଚଳିବ ଓ ଋଣ ସୁଝିବେ ସେହି ଚିନ୍ତାରେ ପଡିଛନ୍ତି ଚାଷୀ । ସବୁଠାରୁ ଚିନ୍ତାର ବିଷୟ ଫୋନି ଯିବାକୁ ୨ ସପ୍ତାହ ପରେ ବି କ୍ଷୟକ୍ଷତି ଆକଳନ ପାଇଁ ଏଯାଏଁ ଆସିନାହାନ୍ତି ପ୍ରଶାସନିକ ଅଧିକାରୀ । ତେଣୁ କେବେ କ୍ଷୟକ୍ଷତି ଆକଳନ ସରିବ, କେବେ ଚାଷୀଙ୍କୁ ମିଳିବ ସହାୟତା ଚିନ୍ତାରେ ପଡିଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Sugar-cane1.png)