ଫୋନି ପାଇଁ ପ୍ରଭାବିତ ହୋଇନି ଶ୍ରୀମନ୍ଦିର ନୀତିକାନ୍ତି : ଆଜି ବି ମହାପଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

476

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଫୋନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଉ ପୁରୀରେ ବର୍ତ୍ତମାନ ସମୟରେ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବୋହୁଛି। ତେବେ ଫୋନି ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହୋଇନାହିଁ । ପୂର୍ବଦିନ ଭଳି ଆଜି ମଧ୍ୟ ଭୋର ୪ଟା ୪୫ ମିନିଟରେ ଦୈନନ୍ଦିନ ନୀତିକାନ୍ତି ମୁତାବକ ଶ୍ରୀ ମନ୍ଦିରରେ ଦ୍ୱାର ଫିଟାଯାଇଥିଲା।

ସେବାୟତମାନେ ସିଂହଦ୍ୱାରର ମୁଖ୍ୟ ଦ୍ୱାର ନିର୍ଦ୍ଧାରିତ ସମୟରେ ଖୋଲିଥିଲେ । ଆଉ ମନ୍ଦିରକୁ କିଛି ଭକ୍ତ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ଭକ୍ତମାନେ ଶ୍ରଦ୍ଧାର ସହିତ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଭକ୍ତମାନେ ଏହି ବଡ଼ ଧରଣର ପ୍ରାକୃତିକ ବିପର୍ୟ୍ୟୟ ମୁକ୍ତି ପାଇବା ପାଇଁ ଭଗବାନଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି । କାରଣ ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ସତର୍କ ସୂଚନା ଜାରି କରିଥିଲା । ତେବେ ଫୋନିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବେଶ ସତର୍କତା ଅବଲମ୍ବନ କରିଥିଲା ।