ନନ୍ଦନକାନନର ଶୋଭା ବିଗାଡ଼ିଦେଲା ଫୋନି  : ଘଂଚ ବନାନୀ ଭିତରେ ପରିପୂର୍ଣ୍ଣ ନନ୍ଦନକାନନ ଏବେ ସମ୍ପୂର୍ଣ୍ଣ ନିର୍ଜନ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ

191
କନକ ବ୍ୟୁରୋ : ଘଂଚ ବନାନୀ ଭିତରେ ପରିପୂର୍ଣ୍ଣ ନନ୍ଦନକାନନ ଏବେ ନିର୍ଜନ । ବାତ୍ୟା ପ୍ରଭାବରେ ଖିନଭିନ୍ ହୋଇ ଯାଇଛି ସୌନ୍ଦର୍ଯ୍ୟମୟ ପରିବେଶ । ଆଉ ଏହାରି ଭିତରେ ସଂଘର୍ଷ କରୁଛନ୍ତି ପଶୁପକ୍ଷୀ । ଉପୁଡି ଯାଇଛି ଶହ ଶହ ଗଛ । ଖାଁ-ଖାଁ ଲାଗୁଛି ପ୍ରାଣୀ ଉଦ୍ୟାନ । ଏଭଳି ସ୍ଥିତିରେ ପୁଣି ଥରେ ନନ୍ଦନକାନନକୁ ସ୍ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିବାକୁ ଚାଲିଛି ଜୋରସୋର ଉଦ୍ୟମ୍ ।
ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଉଦ୍ଧିଷ୍ଟ ଥିବା ୨୧୩ଟି ଏନକ୍ଲୋଜର ବିଶେଷ ଭାବରେ କ୍ଷତିଗସ୍ତ ହୋଇଥିବା ବେଳେ ସେସବୁକୁ ପୁଣି ଥରେ ସଜଡ଼ା ଚାଲିଛି । ସେହିପରି ପ୍ରାଣୀଉଦ୍ୟାନ ଭିତରେ ଉପୁଡି ପଡ଼ିଥିବା ଗଛ ସବୁକୁ ସଫା କରିବା ସହ ଜୀବଜନ୍ତୁଙ୍କ ପାଇଁ ଖୁଆଡ଼ ଗୁଡ଼ିକର ମରାମତି କାମ ଜୋରସୋରରେ ଚାଲିଛି । ଏଭଳି ସ୍ଥିତିରେ ଆସନ୍ତା ୩୦ ତାରିଖ ସୁଦ୍ଧା ନନ୍ଦନକାନନ ଖୋଲିବା ସଂଭବ ନୁହେଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ନନ୍ଦନକାନନର ପୁନରୁଦ୍ଧାର କାମ ଶେଷ ହେବା ପରେ ପିସିସିଏଫ୍ ଏବଂ ୱାଇଲ୍ଡ ଲାଇଫ୍ ୱାଡେନ ଟିମ୍ ଚିଡ଼ିଆଖାନାର ସ୍ଥିତି ଅନୁଧ୍ୟାନ କରିବାକୁ ଆସିବେ । ଆଉ ଏସବୁ ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପୁଣି ଥରେ ସଳଖି ଠିଆ କରିବା ପାଇଁ ଚାଲିଛି ଏକ ବଡ ଧରଣର କସରତ ।