ଫ୍ୟାକ୍ଟ ଚେକ୍ : ମନୋଜ ତିୱାରୀଙ୍କ ଆସନ ବିପଦରେ ଥିବା ନିର୍ବାଚନ ସର୍ବେକ୍ଷଣର ଏହି ସ୍କ୍ରିନସଟ ନକଲି

503

Fact checked by : INDIA TODAY  

ଚଳିତ ଲୋକସଭା ନିର୍ବାଚନରେ ​​ଏନଡିଏ ଅପେକ୍ଷା ଇଣ୍ଡି ମେଣ୍ଟ ଅଧିକ ଆସନ ପାଇବ ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପୂର୍ବାନୁମାନ କରିଛନ୍ତି । ଏହାକୁ ସୋସିଆଲ ମେଡିଆରେ ସେଆର କଳାବେଳେ ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ଆସନ ବିପଦରେ ଥିବା ମଧ୍ୟ ଦାବି କରାଯାଇଛି ।

ଏକ ନିର୍ବାଚନ ସର୍ବେକ୍ଷଣର ସ୍କ୍ରିନସଟ୍ ସେଆର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପୂର୍ବାନୁମାନ କରିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ​​ଏନଡିଏ ଅପେକ୍ଷା ଇଣ୍ଡି ମେଣ୍ଟ ଅଧିକ ଆସନ ପାଇବ । ଏହାକୁ ସୋସିଆଲ ମେଡିଆରେ ସେଆର କଳାବେଳେ ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ଆସନ ବିପଦରେ ଥିବା ମଧ୍ୟ ଦାବି କରାଯାଇଛି । ଯାହା ସମ୍ପୂର୍ଣ ରୂପେ ନକଲି  ବୋଲି ଜଣାପଡିଛି ।

ସ୍କ୍ରିନସଟରେ ‘ଏବିପି ନ୍ୟୁଜ୍’ର ଲୋଗୋ ଦୃଶ୍ୟମାନ ହେଉଛି ଏବଂ ଏନଡିଏକୁ ୨୩୨-୨୫୩ ସିଟ୍ ଏବଂ ଇଣ୍ଡି ମେଣ୍ଟକୁ ୨୫୮-୨୮୬ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଆହୁରି ମଧ୍ୟ ମନୋଜ ତିୱାରୀଙ୍କ ଛବି ସହିତ ଏହା ଲେଖାଯାଇଛି, ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ଆସନ ବିପଦରେ ଅଛି ।

ଏହି ସ୍କ୍ରିନସଟ ପୋଷ୍ଟ କରି ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, ଆଜି ଏହି ଚ୍ୟାନେଲ ମଧ୍ୟ ଖୋଲାଖୋଲି ଭାବରେ #ଇଣ୍ଡିଆ ମେଣ୍ଟ ସରକାର ଗଠନ କରୁଛନ୍ତି । ଏହିପରି ଗୋଟିଏ ପୋଷ୍ଟର ଏକ ପୁରୁଣା ସଂସ୍କରଣ ମଧ୍ୟ ଏଠାରେ ଦେଖିବାକୁ ମିଳିଛି ।

ଫ୍ୟାକ୍ଟ ଚେକ୍ କରି ଆଜ୍ ତକ୍ ଜାଣିବାକୁ ପାଇଛି ଯେ ଭାଇରାଲ ହେଇଥିବା ଏହି ସ୍କ୍ରିନସଟ ନକଲି ଅଟେ ।

ଡିସେମ୍ବର ୨୦୨୩ ରେ ପ୍ରକାଶିତ ଏବିପି ନ୍ୟୁଜ୍ ର ମତାମତ ସର୍ଭେର ଭିଡିଓକୁ ଟ୍ୟାମ୍ପରିଂ କରି ଏହା ତିଆରି କରାଯାଇଛି ।

କେମିତି ସତ ଜଣା ପଡିଲା ?

କୀୱାର୍ଡ ଦ୍ଵାରା ସନ୍ଧାନ କରି, ଡିସେମ୍ବର ୨୦୨୩ ରେ ‘ଏବିପି ନ୍ୟୁଜ୍’ ଦ୍ୱାରା କରାଯାଇଥିବା ଏକ ଓପିନିଅନ ପୋଲର ଏକ ଭିଡିଓ ଆମେ ପାଇଲୁ । ଏହା ଦେଖି ପୁରା କାହାଣୀ ସ୍ପଷ୍ଟ ହୋଇଗଲା ।

ଏହି ନଅ ସେକେଣ୍ଡର ଭିଡିଓରେ ଭାଇରାଲ୍ ହେଇଥିବା ସ୍କ୍ରିନସଟ୍ ଫ୍ରେମ ଦେଖିବାକୁ ମିଳିଥିଲା । ଉଭୟ ଫ୍ରେମ ପ୍ରାୟତଃ ସମାନ ଅଟେ । ମନୋଜ ତିୱାରୀଙ୍କ ଛବି ସହିତ ମୂଳ ଭିଡିଓରେ ‘ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ଆସନ ବିପଦରେ’ ବୋଲି ଲେଖାଯାଇ ନାହିଁ ବରଂ ‘ବିଜୟ ପାଇଁ ଆବଶ୍ୟକ ଭୋଟ ବ୍ଯବଧାନରେ ଆଗୁଆ’ ବୋଲି ଲେଖାଯାଇଥିଲା ।

ସେହିଭଳି ଭାଇରାଲ ସ୍କ୍ରିନସଟରେ ଏନଡିଏ ମେଣ୍ଟକୁ ୨୩୨-୨୫୩ ସିଟ୍ ଏବଂ ଇଣ୍ଡି ମେଣ୍ଟକୁ ୨୫୮-୨୮୬ ସିଟ୍ ପାଇବାର ସମ୍ଭାବନା ଥିବାର ଦେଖା ଯାଇଥଲା ବେଳେ ମୂଳ ଭିଡିଓରେ ଏନଡିଏ ୨୯୫-୩୩୫ ସିଟ୍ ଏବଂ ଇଣ୍ଡି ମେଣ୍ଟ ୧୬୫-୨୦୫ ସିଟ୍ ପାଇବାର ସମ୍ଭାବନା ରହିଛି ବୋଲି ଦେଖାଯାଇଥିଲା ।

ସେହିଭଳି ମୂଳ ଭିଡିଓରେ ଏନଡିଏକୁ ଉତ୍ତର ଭାରତରେ ୧୫୦-୧୬୦ ସିଟ୍ ପାଇବ ଏବଂ ଇଣ୍ଡି ମେଣ୍ଟକୁ ୨୦-୩୦ ସିଟ୍ ପାଇବ ବୋଲି ଆକଳନ କରାଯାଉଛି ।  ଭାଇରାଲ୍ ସ୍କ୍ରିନସଟରେ ଏହି ସଂଖ୍ୟାଗୁଡିକୁ ପରିବର୍ତ୍ତନ କରାଯାଇ ଏଥିରେ ଉତ୍ତର ଭାରତରେ ଏନଡିଏ ଆସନ ସଂଖ୍ୟା ୯୦-୧୧୦ କୁ ହ୍ରାସ କରି ଦିଆଯାଇଛି ଏବଂ  ଇଣ୍ଡି ମେଣ୍ଟର ଆସନ ସଂଖ୍ୟା ୭୦-୯୦ କୁ ବୃଦ୍ଧି କରାଯାଇଛି ।

ଏହାକୁ ଏବିପି ନ୍ଯୁଜ ଖଣ୍ଡନ କରିଛି ।

ମେ ୨୭ ଏକ ଟୁଇଟ୍ ମାଧ୍ୟମରେ ଏବିପି ନ୍ୟୁଜ୍ ଏହି ସ୍କ୍ରିନସଟ୍କୁ ନକଲି ବୋଲି କହିଛି । ଏଥିସହ ଏହା ସ୍ପଷ୍ଟ ହୋଇଛି ଯେ ‘ଏବିପି ନ୍ୟୁଜ୍’ରେ ଏପରି କୌଣସି ଖବର ପ୍ରସାରିତ ହୋଇନାହିଁ ।

 

ମନୋଜ ତିୱାରୀଙ୍କ ବିଷୟରେ ଓପିନିଅନ ପୋଲ୍ ରେ କଣ  କୁହାଯାଇଥିଲା  ?

ଏପ୍ରିଲ୍ ୧୬, ୨୦୨୪ ରେ ଏବିପି ନ୍ୟୁଜ୍ ର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟରେ ଚ୍ୟାନେଲର ଡିସେମ୍ବର ୨୦୨୩ ମତାମତ ସର୍ଭେ ଉପରେ ଆଲୋଚନା କରାଯାଇଛି ।  ଏବିପି ନ୍ୟୁଜ୍ ପାଇଁ ‘ସି ଭୋଟର’ ଦ୍ୱାରା ଏହି ମତାମତ ସର୍ଭେ କରାଯାଇଥିଲା ।

ଏଥିରେ ମତାମତ ସର୍ଭେରେ ଦିଲ୍ଲୀର ସମସ୍ତ ସାତୋଟି ଆସନରେ ବିଜେପି ଆଗରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏଥି ସହିତ ଭିଡିଓରେ ଉତ୍ତର ପୂର୍ବ ଦିଲ୍ଲୀ ସିଟ୍ ବିଷୟରେ ଏହା କୁହାଯାଇଛି ଯେ ଯଦିଓ ଏହା ମନୋଜ ତିୱାରୀଙ୍କର ଏହା ଏକ ପକ୍କା ସିଟ୍ କିନ୍ତୁ କଂଗ୍ରେସ ଏହି ଆସନରୁ କହ୍ନେୟା କୁମାରଙ୍କ ନାମ ଘୋଷଣା କରି ଏହି ପ୍ରତିଯୋଗିତାକୁ ଅଧିକ ରୋଚକ କରିଦେଇଛି ।

ଏହି ରିପୋର୍ଟରେ ସି-ଭୋଟର ଇଣ୍ଟରନ୍ୟାସନାଲ୍ ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଯଶୱନ୍ତ ଦେଶମୁଖ କହିଛନ୍ତି ‘ଯେ ଆମର ଏହି ଆକଳନ କଂଗ୍ରେସ ପ୍ରାର୍ଥୀ ଘୋଷିତ ହେବା ପୂର୍ବରୁ ହେଇଛି ତେଣୁ ଏହାକୁ କେବଳ ସେହି ଦୃଷ୍ଟିକୋଣରୁ ଦେଖିବା ଉଚିତ ।‘

ଆଚରଣ ସଂହିତା ଲାଗୁ କାରଣରୁ ଏକଜିଟ୍ ପୋଲ୍ ଉପରେ ନିଷେଧାଜ୍ଞା ।

ସୂଚନାଯୋଗ୍ୟ ଯେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ଦ୍ଵାରା ଏପ୍ରିଲ ୧୯ ତାରିଖ ସକାଳ ୭ ଟା ଏବଂ ଜୁନ୍ ୧ ଦିନ ୬.୩୦ ମଧ୍ୟରେ କୌଣସି ଏକଜିଟ୍ ପୋଲ୍ ଦେଖାଯାଇ ଦେଖାଇବା ସମ୍ପୂର୍ଣ ନିଷେଧ । ସେହିପରି  ନିର୍ବାଚନ ସମୟରେ ସେପରି କୌଣସି ପ୍ରକାର ସର୍ଭେ ମଧ୍ୟ ପ୍ରକାଶ କରାଯାଇପାରିବ ନାହିଁ। ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ଏବିପି ନ୍ୟୁଜ୍ ର ପୂର୍ବ ନିର୍ବାଚନ ମତଦାନ ଭିଡିଓର ସ୍କ୍ରିନସଟ୍ ଏଡିଟ୍ କରି ଇଣ୍ଡି ମେଣ୍ଟକୁ ଚଳିତ ନିର୍ବାଚନରେ ଆଗୁଆ ଥିବାର ମିଥ୍ୟା ଦାବି ହେଉଛି ।

ସୌଜନ୍ଯ – ଆଜ୍ ତକ୍ 
Fact checked by : INDIA TODAY 
Translated and republished by : KanakNews  

Part of  Shakti Collective