ଫ୍ୟାକ୍ଟ ଚେକ୍: VISHVASNEWS
ମଣିପୁର ସମ୍ପର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତ୍ତି ସୋସିଆଲ ମିଡିଆରେ ବିକୃତ କରି ସେୟାର କରାଯାଉଛି । ମଣିପୁରରେ ହୋଇଥିବା ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରି ତାହା ପ୍ରତି ଧ୍ୟାନ ଦେବାକୁ ସେ ସରକାରଙ୍କୁ କହିଥିଲେ ।
କେନ୍ଦ୍ରରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାର ଗଠନ ପରେ ରାଷ୍ଟ୍ରିୟ ସ୍ଵୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ନାମରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦାବି ହେଉଛି ଯେ ମୋହନ ଭଗବତ କହିଛନ୍ତି ଯେ ମଣିପୁରରେ ଗତ ୧୦ ବର୍ଷ ଧରି ଶାନ୍ତି ରହିଥିଲା, କିନ୍ତୁ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ସେଠାରେ ହିଂସା ଆରମ୍ଭ ହୋଇଛି ।
ବିଶ୍ବାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ମଣିପୁର ବିଷୟରେ ମୋହନ ଭଗବତଙ୍କ ବିବୃତ୍ତିକୁ ବିକୃତ କରି ଭାଇରାଲ କରାଯାଇଛି । ମୋହନ ଭାଗବତ ତାଙ୍କ ବିବୃତ୍ତିରେ ନିଶ୍ଚିତ ଭାବରେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।
କଣ ଅଛି ଏହି ଭାଇରାଲ୍ ପୋଷ୍ଟରେ ?
ଫେସବୁକ ୟୁଜର ସୁନୀଲ ଯାଦବ ନିଜ ପୋଷ୍ଟରେ ଲେଖିଛନ୍ତି:-୧୦ ବର୍ଷ ପୂର୍ବେ ମଣିପୁରରେ ଶାନ୍ତି ଥିଲା, ମୋଦୀ ସରକାର ଗଠନ ପରେ ହଠାତ୍ ସେଠାରେ ହିଂସା ବୃଦ୍ଧି ପାଇଲା - ଆରଏସଏସ ମୁଖ୍ୟ ମୋହନ ଭଗବତ । ”
ଆହୁରି ଏହା ମଧ୍ୟ ଏଠାରେ ଲେଖାଯାଇଛି,“ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ଆରଏସଏସ ମୁଖ୍ୟ ଗଭୀର ନିଦ୍ରାରେ ଥିଲେ ଏବଂ ଏନଡିଏ ସରକାର ଗଠନ ପରେ ମୁହଁ ଖୋଲିଛନ୍ତି । ସେ ହେଉଛନ୍ତି ଆରଏସଏସର ଶେଷ ସମ୍ରାଟ । ପ୍ରଥମ ଥର ପାଇଁ ସେମାନଙ୍କ ସେବାରେ NSG ନିୟୋଜିତ ହୋଇଛି । ବଡ଼ ବଡ ମହଲରେ ଆରଏସଏସ କାର୍ଯ୍ୟାଳୟ ଖୋଲୁଛି । ଆରଏସଏସ ଲୋକମାନେ ବ୍ୟକ୍ତିଗତ ଜାହାଜ ଦ୍ୱାରା ଯାତ୍ରା କରୁଛନ୍ତି । ବର୍ତ୍ତମାନ ସେମାନଙ୍କୁ ଆଉ ଗୁରୁଦକ୍ଷିଣା ଦରକାର ପଡୁନାହିଁ । କ୍ଷମତାର ସୁଖ ନେଉଛି ଆରଏସଏସ ।
ଅନୁସନ୍ଧାନ :
ଭାଇରାଲ୍ ଦାବି ଯାଞ୍ଚ କରିବାକୁ, ଆମେ କୀୱାର୍ଡ ବ୍ୟବହାର କରି ଗୁଗୁଲରେ ଏହା ବିଷୟରେ ଖୋଜିଲୁ । ମୋହନ ଭାଗବତଙ୍କ ଭିଡିଓ ଜୁନ୍ ୧୦ ରେ RSS ର X ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଏଥିରେ ସେ କହୁଛନ୍ତି, “ମଣିପୁର ଏକ ବର୍ଷ ଧରି ଶାନ୍ତି ପାଇଁ ଅପେକ୍ଷା କରିଛି। ଏହା ପୂର୍ବରୁ ଏହା ୧୦ ବର୍ଷ ପର୍ଯ୍ୟନ୍ତ ଶାନ୍ତ ଥିଲା । ପୁରୁଣା ବନ୍ଧୁକ ସଂସ୍କୃତି ସମାପ୍ତ ହେଲା ପରି ଲାଗିଥିଲା ଏବଂ ହଠାତ୍ ସେଠାରେ ସୃଷ୍ଟି ହୋଇଥିବା ଅସନ୍ତୋଷର ନିଆଁ ଜଳୁଛି ଏବଂ ଏହା ଖୁବ ଜୋରେ ପ୍ରଜ୍ୱଳିତ ହେଉଛି । କିଏ ଏଥିପ୍ରତି ଧ୍ୟାନ ଦେବ ? ଏହାକୁ ପ୍ରାଥମିକତା ଦେଇ ଏହା ଉପରେ ବିଚାର କରିବା ଆମର କର୍ତ୍ତବ୍ୟ। ”
ଜୁନ୍ ୧୦ ରେ ନାଗପୁରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ଏହି ଭିଡିଓ ମଧ୍ୟ ANI ର X ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ମୋହନ ଭାଗବତଙ୍କ ବକ୍ତବ୍ୟ ମଧ୍ୟ ଏଥିରେ ଶୁଣିବାକୁ ମିଳୁଛି । ଏହି ବକ୍ତବ୍ୟରେ ସେ କୌଣସି ସ୍ଥାନରେ ମୋଦୀ ସରକାରଙ୍କ ନାଁ ନେଉଥିବାର ଶୁଣାଯାଇ ନାହିଁ।
ଏହା ସମ୍ବନ୍ଧୀୟ ବିବୃତ୍ତି ଜୁନ୍ ୧୦ ତାରିଖରେ ‘ଦୈନିକ ଜାଗରଣ’ର ୱେବସାଇଟରେ ପ୍ରକାଶିତ ହୋଇଛି । ଡକ୍ଟର ହେଡଗେୱର ସ୍ମୃତି ଭବନ କମ୍ପ୍ଲେକ୍ସରେ ଆୟୋଜିତ ' କାର୍ଯ୍ୟକର୍ତ୍ତା ବିକାଶ ବର୍ଗ -୨'ର ସମାପ୍ତ କାର୍ଯ୍ୟକ୍ରମରେ ସେ ଏହି ବିବୃତ୍ତି ଦେଇଛନ୍ତି । ସମ୍ବାଦରେ ଏହା ମଧ୍ୟ ଲେଖାଯାଇଛି ଯେ ଗତ ବର୍ଷ ମଣିପୁରର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୨୦୦ ଲୋକ ପ୍ରାଣ ହରାଇଛନ୍ତି ।
ଏ ସମ୍ପର୍କରେ ସଂଗଠନର ପୂର୍ବତନ ପ୍ରାନ୍ତ ପ୍ରଚାରକ ରାଜୀବ ତୁଲି କହିଛନ୍ତି, “ଭାଇରାଲ ଦାବି ଭୁଲ ଅଟେ । ସେ କହିଥିଲେ ଯେ ଗତ ନଅ ଦଶ ବର୍ଷ ମଧ୍ୟରେ ସେଠାରେ ଶାନ୍ତି ଥିଲା, କିନ୍ତୁ ଗତ ଏକ ବର୍ଷ ଧରି ହିଂସା ଚାଲିଛି ।
”ଆମେ ଉକ୍ତ ଫେସବୁକ୍ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ ଯିଏ ବିଭ୍ରାନ୍ତିକର ଦାବି କରିଥିଲେ । ସେ ଏକ ଅନ୍ୟ ବିଚାରଧାରା ଦ୍ୱାରା ପ୍ରଭାବିତ । ତାଙ୍କର ପ୍ରାୟ 5 ହଜାର ଫଲୋୟର ଅଛନ୍ତି ।
ନିଷ୍କର୍ଷ :
ମଣିପୁର ସମ୍ପର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତ୍ତି ସୋସିଆଲ ମିଡିଆରେ ବିକୃତ କରି ସେୟାର କରାଯାଉଛି। ମଣିପୁରରେ ହୋଇଥିବା ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରି ତାହା ପ୍ରତି ଧ୍ୟାନ ଦେବକୁ କହିଥିଲେ ।
Fact Check : VishvasNews
Translated and republished by : KanakNews
Part of shakti collective