ଫ୍ୟାକ୍ଟ ଚେକ୍ : logicallyfacts.com


କଣ ଦାବି କରାଯାଉଛି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଭାରତୀୟ ତାମିଲନାଡୁର ଏକ ମନ୍ଦିର ସହର କନ୍ୟାକୁମାରୀରେ ଗସ୍ତରେ ଅଛନ୍ତି । ଯେଉଁଠାରେ ସେ ଚାଲିଥିବା ଭାରତୀୟ ସାଧାରଣ ନିର୍ବାଚନ ପାଇଁ ମାସେ ଧରି ପ୍ରଚାର କରିବା ପରେ ୪୫  ଘଣ୍ଟା ପାଇଁ ଧ୍ୟାନ କରୁଛନ୍ତି ବୋଲି ଜଣାଯାଇଛି ।

ମେ ୩୦  ରେ ଆରମ୍ଭ ହୋଇଥିବା ତାଙ୍କ ଗସ୍ତ ମଧ୍ୟରେ ତିନୋଟି ଭିଜୁଆଲର ଏକ ସେଟ୍, ପ୍ରତ୍ୟେକଟିରେ  "ଗୋ ବ୍ୟାକ୍ ମୋଦୀ" ସ୍ଲୋଗାନ୍ ପ୍ରଦର୍ଶନ କରୁଥିବା ବ୍ୟାନର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ତାମିଲନାଡୁର ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦର୍ଶାଉଛି ।

ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତକୁ ବିରୋଧୀମାନେ ବିବାଦୀୟ କରିଥାନ୍ତି । ଗସ୍ତ ସମୟରେ ରାଜ୍ୟରେ ପ୍ରାୟତଃ ବିରୋଧ ପ୍ରଦର୍ଶନ କରାଯାଏ ଏବଂ ବିକ୍ଷୋଭକାରୀମାନେ “ଗୋ ବ୍ୟାକ୍ ମୋଦୀ” ସ୍ଲୋଗାନ ବ୍ୟବହାର କରିଥାନ୍ତି ।

ସୋସିଆଲ ମେଡ଼ିଆରେ ଭାଇରାଲ ହେଇଥିବା ଏହି ଫୋଟୋ କୋଲାଜଗୁଡିକର ପ୍ରଥମ ଛବିରେ ରେଳ ଷ୍ଟେସନର ଏକ ସାଇନବୋର୍ଡ ଦେଖାଯାଉଛି ଯେଉଁଠାରେ ଇଂରାଜୀ ଏବଂ ତାମିଲରେ ସ୍ଥାନର ନାମ କନ୍ୟା କୁମାରୀ ବୋଲି  ଲେଖାଯାଇଥିବା ବେଳେ ଏହା ମଝିରେ “ଗୋ ବ୍ୟାକ୍ ମୋଦୀ” ବୋଲି ରହିଛି ।

ଦ୍ୱିତୀୟ ଭିଡିଓରେ ଜଣେ ବ୍ୟକ୍ତି କେତେ ଗୁଡିଏ କଳା ବେଲୁନ୍ ଉଡାଉଛନ୍ତି ଯେଉଁଥିରେ ମୋଦୀ ବିରୋଧୀ ସ୍ଲୋଗାନ ଲେଖାହୋଇଛି ।

ସେହି ଭିଡିଓରେ ଉକ୍ତ ବ୍ଯକ୍ତି ଜଣକ ତାମିଲ ଭାଷାରେ କହୁଛନ୍ତି  'ଏହିପରି ଲକ୍ଷ ଲକ୍ଷ ବେଲୁନ୍ ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ହେଇଅଛି ଏବଂ ଆସନ୍ତାକାଲି ସେଗୁଡିକୁ ଆକାଶକୁ ଛଡାଯିବ।‘

ତୃତୀୟଟି ହେଉଛି "ଗୋ ବ୍ୟାକ୍ ମୋଦୀ" ସ୍ଲୋଗାନ ଲେଖାଥିବା କିଛି ପୋଷ୍ଟରକୁ ନେଇ ପ୍ରସ୍ତୁତ ଏକ ଭିଡିଓ ମୋଣ୍ଟେଜ୍ ।  ଏହି ଭିଜୁଆଲଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ଏହିପରି କ୍ୟାପସନ ସବୁ ଲେଖା ଯାଇଛି ଯେ, #ତାମିଲନାଡୁର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ କନ୍ୟାକୁମାରୀ ଗସ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । #କନ୍ୟାକୁମାରୀ

ଅନ୍ୟ ଜଣେ ସୋସିଆଲ ମେଡ଼ିଆ ବ୍ୟବହାରକାରୀ “ଗୋ ବ୍ୟାକ୍ ମୋଦୀ” ହ୍ୟାସଟ୍ୟାଗ୍ ସହିତ ରେଳ ଷ୍ଟେସନ ସାଇନବୋର୍ଡର ଏକ ଚିତ୍ର ମଧ୍ୟ ସେୟାର କରିଛନ୍ତି ।

ଏହି ପୋଷ୍ଟଗୁଡିକ ପୁରୁଣା ଏବଂ ସଂଗୃହିତ ସଂସ୍କରଣ । ମୋଦୀ ଜୁନ ୧ ଯାଏ କନ୍ୟାକୁମାରୀରେ ରହିବେ । ଯେଉଁ ଦିନ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ତଥ୍ୟଗୁଡିକ କ’ଣ?

ଆମେ ଜାଣିଲୁ ଯେ ପ୍ରଥମ ଫଟୋଟି  ପୁରୁଣା ଏବଂ ଏଡିଟ୍ ହୋଇଥିବାବେଳେ ଦ୍ୱିତୀୟ ଭିଡିଓ ୨୦୨୩ ର ଅଟେ । ତେବେ ତୃତୀୟ ଭିଡିଓରେ ତାମିଲନାଡୁରେ ସାମ୍ପ୍ରତିକ ଘଟଣା ଦେଖାଯାଇଛି ।

ରେଳ ଷ୍ଟେସନ ସାଇନ୍ ବୋର୍ଡ ।

ରିଭର୍ସ ଇମେଜ ସନ୍ଧାନ ମାଧ୍ୟମରେ, ଆମେ ମୂଳ ଚିତ୍ରକୁ ଫଟୋଗ୍ରାଫି ନ୍ୟୁଜ୍ ସାଇଟ୍ ପେଟାପିକ୍ସେଲର ଏକ ଫଟୋ ନିବନ୍ଧରେ ପାଇଥିଲୁ । ମାର୍ଚ୍ଚ ୯, ୨୦୧୬ ରେ ୱେବସାଇଟ୍ ଏହି ଫଟୋ ପ୍ରକାଶ କରିଥିଲା । ଏହି ପ୍ରବନ୍ଧଟି ଭାରତର 'ଦୀର୍ଘତମ ଟ୍ରେନ୍', ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୯୦୬) ବିଷୟରେ ଥିଲା । ପ୍ରବନ୍ଧ ଅନୁଯାୟୀ ଯାହା ଆସାମର ଉତ୍ତର-ପୂର୍ବ କୋଣରୁ ୪୨୩୭ କିଲୋମିଟର ଯାତ୍ରା କରି ଭାରତର ଦକ୍ଷିଣ ଦିଗ ଶେଷରେ ଅବସ୍ଥିତ କନ୍ୟାକୁମାରୀକୁ ଯାତ୍ରା କରିଥାଏ ।  ଚିତ୍ରର ମୂଳ ସଂସ୍କରଣ ଫଟୋ ପ୍ରବନ୍ଧରେ "ଲାଇନ୍ ଅଫ୍ ଏଣ୍ଡ୍" ଟାଇଟଲ୍ ସହିତ ପ୍ରଦର୍ଶିତ ହୋଇଛି । ଏହି ପ୍ରତିଛବି ତାମିଲ, ହିନ୍ଦୀ ଏବଂ ଇଂରାଜୀରେ କନ୍ୟାକୁମାରୀ ସ୍ଥାନର ନାମ ପ୍ରଦର୍ଶନ କରୁଥିବା ଏକ ସାଇନ୍ ବୋର୍ଡରେ ଦେଖାଯାଉଛି ।

ଅସଲ ଫଟୋଗୁଡ଼ିକ ତୁଳନାରେ, ଭାଇରାଲ୍ ଫଟୋ ଏଡିଟ୍ ହୋଇଥିବାର ସମ୍ପୂର୍ଣରୂପେ ଜଣାଯାଏ । ସାଇନ ବୋର୍ଡର ଦ୍ୱିତୀୟ ଧାଡ଼ିରେ ଯାହା ମୂଳତଃ  ହିନ୍ଦୀରେ କନ୍ୟାକୁମାରୀ କହିଥିଲା, ତାକୁ ଏଡିଟ କରି "ଗୋ ବ୍ୟାକ୍ ମୋଦୀ"ରେ  ବଦଳାଇ ଦିଆଯାଇଛି । ପେଟାପିକ୍ସେଲ ଫଟୋରେ ଥିବା ଅନ୍ୟାନ୍ୟ ବିବରଣୀ ଯେପରିକି ଯାତ୍ରୀ, ବେଞ୍ଚ ଏବଂ ପୃଷ୍ଠଭୂମିରେ ପାୱାର ଲାଇନ, ଭାଇରାଲ ଇମେଜର ଦୃଶ୍ୟ ସହିତ ମେଳ ଖାଉଛି ।  ଏଥିରୁ ଏହା ଜଣାଯାଇଛି ଯେ ମୋଦୀ ବିରୋଧୀ ସ୍ଲୋଗାନକୁ ଏଡିଟ କରି ସେଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

କଳା ବେଲୁନ୍ ଧରିଥିବା ମଣିଷର ଭିଡିଓ ।

ରିଭର୍ସ ଇମେଜ ସନ୍ଧାନ ମାଧ୍ୟମରେ ଆମେ ଜାଣିଲୁ ଯେ ଜଣେ X ବ୍ୟବହାରକାରୀ (ଏଠାରେ ସଂଗୃହିତ) ଏପ୍ରିଲ୍ ୯, ୨୦୨୩ ରେ ତାମିଲ ଭାଷାରେ ଏକ କ୍ୟାପ୍ସନ୍ ସହିତ ସମାନ ଭିଡିଓ ପୋଷ୍ଟ କରିଛନ୍ତି ଯାହାର ଅନୁବାଦ ହେଉଛି ‘“ଗୋ ବ୍ୟାକ୍ ମୋଦୀ” ।

ପରବର୍ତ୍ତୀ ଅନୁସନ୍ଧାନରେ ଆମେ  ନ୍ୟୁଜ୍ ମିନିଟ୍ ଦ୍ଵାରା ଏପ୍ରିଲ୍ ୮, ୨୦୨୩ ରେ ପ୍ରକାଶିତ ଏକ ଆର୍ଟିକିଲ ପାଇଥିଲୁ । ଯାହାର ଶୀର୍ଷକ ଥିଲା "ମୋଦୀ ଗସ୍ତ: ପୋଲିସ କଂଗ୍ରେସ ନେତାଙ୍କୁ ଅଟକ ରଖି ଚେନ୍ନାଇରେ କଳା ବେଲୁନ୍ ଜବତ କରିଛି।" ଏହି ଆର୍ଟିକିଲରେ ଭାଇରାଲ୍ ଭିଡିଓରୁ ବ୍ୟକ୍ତିଙ୍କ ସ୍କ୍ରିନସଟ୍ ରହିଛି । ଯାହା ନିଶ୍ଚିତ କରେ ଯେ ଏହି ଘଟଣା ଏପ୍ରିଲ୍ ୨୦୨୩ ରେ ଘଟିଥିଲା । ରିପୋର୍ଟରେ କୁହାଯାଇଛି ଯେ ତାମିଲନାଡୁ କଂଗ୍ରେସର ଅନୁସୂଚିତ ଜାତି ୱିଙ୍ଗର ସଭାପତି ସାଂସଦ ରଂଜନ କୁମାର ତାଙ୍କ ଘରେ ୫୦୦ ଟି କଳା ବେଲୁନ୍ ରଖିଥିଲେ ଏବଂ ସତ୍ୟମୂର୍ତ୍ତି ଭବନରେ କଂଗ୍ରେସ କ୍ୟାଡରର ପ୍ରାୟ ୨୦୦୦ ଲୋକ ମୋଦୀଙ୍କ ସହରକୁ ଗସ୍ତକୁ ବିରୋଧ କରି ସେମାନେ ଏହି ବେଲୁନ ସବୁକୁ ଉଡାଇବାକୁ ଯୋଜନା କରିଥିଲେ ।

ଦୈନିକ ଖବର କାଗଜ ଦି ହିନ୍ଦୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ କରି ଲେଖିଥିଲା ଯେ  କୁମାରଙ୍କୁ ପୋଲିସ ଅଟକ ରଖିଛି ଏବଂ ମୋଦୀଙ୍କ ବିରୋଧରେ ରାଜ୍ୟରେ କଂଗ୍ରେସ ଏକାଧିକ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଚେନ୍ନାଇ ଏବଂ କୋଏମ୍ବାଟୁର ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଓ  ଚେନ୍ନାଇ ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ଭବନ ଉଦ୍ଘାଟନ କରିବା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୮, ୨୦୨୩ ରେ ତାମିଲନାଡୁର ଚେନ୍ନାଇ ଗସ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ମୋଦୀ ବିରୋଧୀ ବ୍ୟାନର ଲଗାଯାଇଛି

ତାମିଲନାଡୁର "ଗୋ ବ୍ୟାକ୍ ମୋଦୀ" ପୋଷ୍ଟର ବିଷୟରେ ସାମ୍ପ୍ରତିକ ରିପୋର୍ଟ ଅନୁସନ୍ଧାନ ବେଳେ, ଆମେ ମେ ୩୦ ରେ ପ୍ରକାଶିତ ଅନେକ ଖବର କାହାଣୀ ପାଇଲୁ ଯେଉଁଥିରେ ଭାଇରାଲ ହେଇଥିବା ଭିଡିଓ ମୋଣ୍ଟେଜ୍ ରେ ବ୍ୟବହୃତ ସମାନ ପୋଷ୍ଟରର ସମାନ ଚିତ୍ର ଥିଲା ।

ଇଟିଭି ଭାରତ ରିପୋର୍ଟ କରିଛନ୍ତି ଯେ ଏହିପରି "ଗୋ ବ୍ୟାକ୍ ମୋଦୀ" ପୋଷ୍ଟରଗୁଡିକ ଏକ ଆଲୋଡ଼ନ ସୃଷ୍ଟି କରିଛି ସେ ଲେଖିଛି ଯେ ଦ୍ରାବିଡା ମୁନ୍ନେକ୍ତ୍ରା କାଜଗାମ (ଡିଏମକେ) ଓକିଲ ହେମାନଥ ଅନ୍ନଦୁରାଇ ଏହି ପୋଷ୍ଟର ତିଆରି କରି ଚେନ୍ନାଇର ମୁଖ୍ୟ ମୁଖ୍ୟ ଅଞ୍ଚଳରେ ଲଗାଇ ମୋଦିଙ୍କ ତାମିଲନାଡୁ ଗସ୍ତକୁ ନିନ୍ଦା କରିଛନ୍ତି । ଯେପରି ତିରୁଭାଲିକେନି, ପୁକଡାଇ ଏବଂ ପାରିମୁନା ।

ତାମିଲ ସମ୍ବାଦ ଗଣମାଧ୍ୟମ ସେଥିପୁନାଲ ମଧ୍ୟ ରିପୋର୍ଟ କରିଛନ୍ତି ଯେ ଏହି ପୋଷ୍ଟରଗୁଡିକ ଡିଏମକେର ଜଣେ ଓକିଲଙ୍କ ଦ୍ଵାରା ତିଆରି କରାଯାଇଛି ଏବଂ ଚେନ୍ନାଇ ହାଇକୋର୍ଟ କମ୍ପ୍ଲେକ୍ସ, ସେଣ୍ଟ୍ରାଲ ରେଳ ଷ୍ଟେସନ, ଜିଏଚ, ଆନ୍ନା ରୋଡ, ମିଥୁନ ଓଭରବ୍ରିଜ, ବିଧାୟକ ହଷ୍ଟେଲ, ଚେନ୍ନାଇ ପ୍ରେସ, ଆନ୍ନା ଇନଷ୍ଟିଚ୍ୟୁଟ୍, ଅନ୍ବାକମ୍ ରୋଡ୍ ଭଳି ସ୍ଥାନରେ ଲଗାଯାଇଛି ।

ପୋଷ୍ଟରରେ ହେମାନଥ ଅନ୍ନଦୁରାଇଙ୍କ ଫଟୋ ମଧ୍ୟ ରହିଛି। ସେ ନିଜେ ପୋଷ୍ଟରଗୁଡିକର ଅନେକ ଚିତ୍ର ସେୟାର କରିଥିଲେ ଯେପରି ମେ ୩୦ ରେ ତାଙ୍କ X ଆକାଉଣ୍ଟରେ ଏକ ପୋଷ୍ଟରେ ଦେଖାଯାଇଥିଲା (ଫାଇଲ ଫଟୋ) ।

ଅନୁସନ୍ଧାନ ଫଳାଫଳ 

ଲୋକଙ୍କୁ ଭ୍ରମିତ କରିବାକୁ କିଛି ପୁରୁଣା ଏବଂ ସଂପାଦିତ ଭିଜୁଆଲ୍ ଗୁଡିକୁ ସୋସିଆଲ ମେଡିଆରେ ସେୟାର କରାଯାଇଛି  ଯେ ସେମାନେ ମୋଦିଙ୍କ କନ୍ୟାକୁମାରୀ ଗସ୍ତ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ତେଣୁ ଆମେ ପୋଷ୍ଟଗୁଡିକୁ ବିଭ୍ରାନ୍ତକାରୀ/ମିଥ୍ୟା ଖବର ପ୍ରସାରଣ ଭାବରେ ଚିହ୍ନିତ କରିଛୁ ।

ସୌଜନ୍ଯ  : logicallyfacts.com
Translated and republished by : KanakNews  

Part of  Shakti Collective