ଫେସବୁକ ରୋକିବ ଆତ୍ମହତ୍ୟା : ଜୁକରବର୍ଗ ଲଞ୍ଚ କଲେ ନୂତନ ଟୁଲ

47

ଫେସବୁକରେ ଲାଇଭ ଷ୍ଟ୍ରିମିଙ୍ଗ ଫିଚର ଆରମ୍ଭ ହେବା ପରେ ପରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଲୋକେ ଲାଇଭ ଆତ୍ମହତ୍ୟା କରୁଛନ୍ତି । ଏହାସହ ଆତ୍ମହତ୍ୟା ପୂର୍ବରୁ ନିଜର ହୃଦୟର ବେଦନା ସେମାନେ ଫେସବୁକ ଜରିଆରେ ଶେୟାର କରୁଛନ୍ତି । ଏହିପିରି ସଙ୍ଗୀନ ମାମଲାକୁ ରୋକିବା ପାଇଁ ଫେସବୁକ ଏକ ନୂତନ ଫିଚର ଲଞ୍ଚ କରିଛି ।

ଏହି ଫିଚର ବିଷୟରେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିଜେ ସୂଚନା ଦେଇଛନ୍ତି । ଏହି ଫିଚର ଫେସବୁକ ଲାଇଭରେ ଆତ୍ମହତ୍ୟା ଭାବନାକୁ ଅନୁମାନ କରି ଘର ଲୋକ ଓ ଆପଣଙ୍କ ବନ୍ଧୁଙ୍କୁ ଏନେଇ ସଚେତନ କରାଇଦେବ । ଏହାର ନାମ ହେଲା ଫିଚର ଆର୍ଟଫିସିଆଲ ଇଣ୍ଟିଲିଜେନ୍ସ । ଏହି ଫିଚର ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଭାବୁଥବା ଲୋକମାନଙ୍କୁ ଚିହ୍ନିତ କରିବ ।

ମାର୍କ ଜୁକରବର୍ଗ କହିଛନ୍ତି ‘ଦୁନିଆରେ ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରୁଛନ୍ତି । ଫେସବୁକ ଏଥି ପାଇଁ ଏକ ସ୍ୱତନ୍ତ୍ର ଲଗାରିଦମ ବିକାଶ କରିଛି ଯାହା ଫେସବୁକ ପୋଷ୍ଟକୁ ଯାଞ୍ଚ କରିବ । ଏହି ଫିଚର ଜରିଆରେ ରିପ୍ଲାଇ ଓ କମେଣ୍ଟକୁ ଖୋଜିବ । ସବୁ ଯାଞ୍ଚ କରିବା ପରେ ଯଦି କିଛି ବିପଦ ସୂଚନା ମିଳେ, ତେବେ ଫେସବୁକ ଟିମ ଆଲର୍ଟ ହୋଇ ୟୁଜର ସହ ସଂମ୍ପର୍କ କରି ତା’ର ସାହାଯ୍ୟ କରିବ ।

ଏହାସହ ଲାଇଭ ଭିଡିଓ ଦେଖୁଥିବା ଲୋଙ୍କଙ୍କ ପାଖକୁ ସେହି ବ୍ୟକ୍ତି ସହ ସିଧା କଥା ହେବା ସହ ସନ୍ଦେହରେ ଥିବା ଭିଡିଓକୁ ରିପୋର୍ଟ କରିବା ପାଇଁ ଅପ୍ସନ ମିଳିବ ଏହି ଫିଚରରେ । ଫେସବୁକ ମେସେଞ୍ଜର ଜରିଆରେ ମଧ୍ୟ କ୍ରାଇସିସ ସପୋର୍ଟ ଅରଗାନାଇଜେସନକୁ ଲାଇଭ ଚାର୍ଟ ଅପ୍ସନ ଦେବ ।

ଫେସବୁକର ସୂଚନା ଅନୁସାରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଫିଚର ଜରିଆରେ ଆତ୍ମହତ୍ୟା ଭାବନାକୁ ଯାଞ୍ଚ କରାଯାଇପାରିବ । ଏହାଦ୍ୱାରା ଆତ୍ମହତ୍ୟା କରିବାକୁ ଭାବୁଥିବା ଲୋକମାନଙ୍କୁ ହେଲ୍ପଲାଇନ ସାହାଯ୍ୟ ଯୋଗାଇ ଦିଆଯିବ । ଏହି ଫିଚର ଯୋଗୁଁ ଆତ୍ମହତ୍ୟା କରିବା ପାଇଁ ଭାବୁଥିିବା ବ୍ୟକ୍ତିର କାଉନସେଲିଂ କରାଯାଇ ସାହାଯ୍ୟ କରା ଯାଇପାରିବ ।