ବିପଦରେ ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ପଦ : ଅଧ୍ୟକ୍ଷ ପଦରୁ ହଟାଇବାକୁ ପ୍ରସ୍ତାବ ଆଣିଲେ ୪ ସେୟାର ହୋଲଡର ସଂସ୍ଥା

29

କନକ ବ୍ୟୁରୋ : ଫେସବୁକ୍ ପ୍ରତିଷ୍ଠାତା ତଥା ମୁଖ୍ୟ ମାର୍କ ଜୁକରବର୍ଗ ଅଡୁଆରେ ପଡ଼ିଛନ୍ତି । ଜୁକରବର୍ଗଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଫେସବୁକ୍ ସେୟାର ହୋଲଡରମାନେ ଦାବି କରିଛନ୍ତି । ଫେସବୁକରେ ବଡ଼ ଧରଣର ସେୟାର ରଖିଥିବା ୪ଟି ଆମେରିକୀୟ ସଂସ୍ଥା ଜୁକରବର୍ଗଙ୍କୁ ଫେସବୁକ ଚେୟାରମ୍ୟାନ ପଦରୁ ହଟାଇବାକୁ ଚାହୁଁଛନ୍ତି । ଏନେଇ ସେମାନେ ଏକ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଏମାନେ ଏକ ମ୍ୟାନେଜିଂ ବୋର୍ଡ ଗଠନ କରିବା ସପକ୍ଷରେ ମତ ଦେଇଛନ୍ତି । ତେବେ ଅତିଶୀଘ୍ର ଜୁକରବର୍ଗଙ୍କୁ ହଟାଇବାର କୌଣସି ସମ୍ଭାବନା ନାହିଁ ।

mark jukerberg

ଆସନ୍ତାବର୍ଷ ମେ’ ମାସରେ ଫେସବୁକ୍ ସେୟାର ହୋଲଡରଙ୍କ ବୈଠକ ବସିବ । ସେଥିରେ ଏନେଇ ଅଧିକ ଆଲୋଚନା ସହ ନିଷ୍ପତି ହୋଇପାରେ । ଗତବର୍ଷ ମଧ୍ୟ ଜୁକରବର୍ଗଙ୍କୁ ହଟାଇବାକୁ ଏକ ପ୍ରସ୍ତାବ ଆସିଥିଲା, ତେବେ ଏହି ପ୍ରସ୍ତାବ ସେୟାରହୋଲଡର ବୈଠକରେ କାଟ ଖାଇଯାଇଥିଲା । ଏବେ ବିଭିନ୍ନ ବିବାଦ ଭିତରେ ଛନ୍ଦି ପଡ଼ିଛି ଫେସବୁକ୍ । ବ୍ୟବହାରକାରୀଂକ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବା ପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।