ଏଣିକି ଫେସବୁକ୍ ଜାଣିପାରିବ ମନର ଭାବ ! କାନ୍ଦୁଛନ୍ତି, ହସୁଛନ୍ତି ନା ରାଗିଛନ୍ତି ସହଜରେ ଠଉରାଇ ନେବ ଲୋକପ୍ରିୟ ସୋସିଆଲ ସାଇଟ୍

27

ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ ଏଣିକି ଲୋକମାନଙ୍କର ମନର ଭାବକୁ ଜାଣିପାରିବ । ଅର୍ଥାତ୍‌ ଆପଣ ଫେସବୁକ ବ୍ୟବହାର କଲା ବେଳେ ଖୁସି ଅଛନ୍ତି ବା କାନ୍ଦୁଛନ୍ତି ଅଥବା ରାଗିଛନ୍ତି, ତାହା ଫେସବୁକ ଜାଣିପାରିବ । ଏପରି ଦୁଇ ପ୍ରକାରର ଟେକ୍ନୋଲୋଜି ଫେସବୁକ ବିକାଶ କରିଛି ଓ ତାହାର ପେଟେଣ୍ଟ ହାସଲ କରିଛି । ଏହି ଟେକ୍ନୋଲୋଜି ଦୁଇଟିର ନାଁ ହେଉଛି ଡାଇନାମିକ ଆଇ ଟ୍ରାକିଂ କାଲିବେରେସନ ଓ ଟେକନିକ୍ସ ଫର ଇମୋସନ ଡିଟେକ୍ସନ ଏଣ୍ଡ କଣ୍ଟେଣ୍ଟ ଡେଲିଭରୀ । ଏଭଳି ଟେକ୍ନୋଲୋଜିର ବ୍ୟବହାର କରାଯିବା ପରେ ଫେସବୁକ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ, ବ୍ୟବହାର, ପ୍ରକୃତି ଆଦି ସଂପର୍କରେ ଜାଣିପାରିବ ଓ ଏହାକୁ ବ୍ୟବହାର କରି ତାହାର କ୍ଲାଏଣ୍ଟମାନେ ଲୋକମାନଙ୍କୁ ବିଭିନ୍ନ ବିଜ୍ଞାପନ ପାଇଁ ଟାର୍ଗେଟ କରିପାରିବେ ।

source : News Nation

ଫେସବୁକ ପକ୍ଷରୁ ଆମେରିକା କଂଗ୍ରେସକୁ ଦିଆଯାଇଥିବା ଏକ ୨୨୯ ପୃଷ୍ଠାର ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ ରହିଛି । ତେବେ ନିକଟ ଭବିଷ୍ୟତରେ ଏସବୁ ଟେକ୍ନୋଲୋଜିର ବ୍ୟବହାର କରିବାର କୌଣସି ଯୋଜନା ନାହିଁ ବୋଲି ଫେସବୁକ କହିଛି । ଭବିଷ୍ୟତରେ ଯେବେ ବି ଏପରି ଟେକ୍ନୋଲୋଜିର ବ୍ୟବହାର କରାଯିବ ସେତେବେଳେ ଲୋକମାନଙ୍କର ପ୍ରାଇଭେସୀ ବା ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦିଆଯିବ ବୋଲି ଫେସବୁକ ପ୍ରତିଶୃତି ଦେଇଛି । ସୂଚନାଯୋଗ୍ୟ ଯେ କେମ୍ବ୍ରିଜ ଆନାଲିଟିକା ପ୍ରସଙ୍ଗରେ ଫେସବୁକ ଗତ କିଛି ମାସ ଧରି ଆମେରିକା କଂଗ୍ରେସ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛି ।