କରୋନା ସଙ୍କଟ ମଧ୍ୟରେ ଫେସବୁକ ଓ ରିଲାଏନ୍ସ ଜିଓ ଭିତରେ ବ୍ୟବସାୟିକ ଚୁକ୍ତିନାମା : ରିଲାଏନ୍ସରେ ୪୩ ହଜାର କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କଲେ ଜୁକରବର୍ଗ

1,801

କନକ ବ୍ୟୁରୋ : ଦୁନିଆର ସବୁଠାରୁ ବଡ ସୋସିଆଲ ନେଟୱର୍କ କମ୍ପାନୀ ଫେସବୁକ, ରିଲାଏନ୍ସ ଜିଓରେ ବଡ ନିବେଶ କରିବାକୁ ଘୋଷଣା କରିଛି । ୪୩ ହଜାର ୫ଶହ ୭୪ କୋଟି ଟଙ୍କାରେ ଏହି ଡିଲ ଚୂଡାନ୍ତ ହୋଇଛି । ଫେସବୁକ, ଜିଓରେ ୯ ଦଶମିକ ୯୯ ପ୍ରତିଶତ ଅଂଶଧନ କ୍ରୟ କରିବ । ଆଜି ଏହି ବଡ ବ୍ୟବସାୟିକ ଘୋଷଣା ହୋଇଛି । ରିଲାଏନ୍ସ ଇଷ୍ଟ୍ରିଜର ଦୂରସଂଚାର ନେଟୱର୍କ ଜିଓର ଶତ ପ୍ରତିଶତ ଅଂଶଧନ ଜିଓ ପ୍ଲାଟଫର୍ମ ଲିମିଟେଡ ପାଖରେ ଅଛି । ଏହି ବଡ ଡିଲ ପରେ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ଫେସବୁକ ସହିତ ହ୍ୱାଟସଆପର ବି କିଛି ଫିଚର୍ସ ରହିବ । କାରଣ ହ୍ୱାଟସଆପ୍ ହେଉଛି ଫେସବୁକର ଏକ କମ୍ପାନୀ ।

ଦେଶରେ ବର୍ତମାନ ୩୮.୮ କୋଟି ଲୋକଙ୍କ ନିକଟରେ ରିଲାଏନ୍ସର ଜିଓର ଉପସ୍ଥିତି ରହିଛି । ଆଉ ଏହାଦ୍ୱାରା ଫେସବୁକକୁ ଫାଇଦା ମିଳିବ । ଏହି ଡିଲ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ଖୁସି ପ୍ରକାଶ କରିଛନ୍ତି । ମୁକେଶ ଅମ୍ବାନୀକହିଛନ୍ତି, ଏହି ବଡ ଡିଲ ଦ୍ୱାରା ଡିଜିଟାଲ ଇଣ୍ଡିଆର ମିଶନ ପୂରଣ ହୋଇପାରିବ । ସେହିଭଳି ଫେସବୁକର ଚେୟାରମ୍ୟାନ ତଥା ସିଇଠ ମାର୍କ ଜୁକରବର୍ଗ କହିଛନ୍ତି, ଫେସବୁକ ଏବେ ଜିଓ ସହିତ ମିଶି ଅଧିକ ଲୋକଙ୍କ ପାଖରେ ପଂହଚିପାରିବ ।