ଦିନକୁ ଦିନ ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ୍ ସାଇଟ୍ ଫେସ୍ବୁକ୍ ନୂଆ ନୂଆ ଫିଚର୍ ସବୁ ବାହାର କରିବାରେ ଲାଗିଛି । ନିକଟରେ ଫେସ୍ବୁକ୍ର ଗବେଷକ ଏକ ପିନ୍ଧିବାଯୋଗ୍ୟ ଡିଭାଇସ୍ ବାହାର କରିଛନ୍ତି । ଏହି ଡିଭାଇସ୍ ଜରିଆରେ ଏଣିକି ଦୃଷ୍ଟିହୀନ ଏବଂ ଶ୍ରବଣଶକ୍ତି ବିହୀନ ବ୍ୟକ୍ତି ବି ଫେସ୍ବୁକ୍ରେ ଚାଟିଂ କରିବାରେ ସମର୍ଥ ହୋଇଛନ୍ତି । ଏହି ଡିଭାଇସ୍କୁ ବ୍ୟବହାରକାରୀଙ୍କୁ ନିଜ ହାତରେ ଲଗାଇବାକୁ ପଡୁଛି । ଫଳରେ କେତେ ନିର୍ଦ୍ଦିଷ୍ଟ ସାଉଣ୍ଡ୍ ଓ ଭାଇବ୍ରେସନ୍ ଦ୍ୱାରା ବ୍ୟବହାରକରୀଙ୍କୁ ମେସେଜ୍ ସଂପର୍କରେ ଡିଭାଇସ୍ ଅବଗତ କରାଉଛି।
ଉଲ୍ଲେଖଯୋଗ୍ୟ, ମାତ୍ର ୧୦୦ ମିନିଟ୍ର ପ୍ରଶିକ୍ଷଣ ପାଇବା ପରେ ବ୍ୟବହାରକାରୀ ୧୦୦ ଶବ୍ଦକୁ ୯୦ ପ୍ରତିଶତ ଶିଖିବାରେ ସଫଳ ହୋଇଥିଲେ । ଏପରିକି ଆଉ କିଛି ବ୍ୟବହାରକୀ ଅନ୍ୟ ଏକ ପ୍ରଶିକ୍ଷଣ ସମୟରେ ୧୦୦ ମିନିଟ୍ରେ ୫୦୦ ଶବ୍ଦ ଶିଖିପାରିବାରେ ସମର୍ଥ ହୋଇଥିଲେ । ବୁଧବାର ଏମ୍ଆଇଟି ଟେକ୍ନୋଲୋଜି ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଗବେଷକ ବାହାରି କରିଥିବା ଏହି ଡିଭାଇସ୍ ଦ୍ୱାରା ବ୍ୟବହାରକାରୀ ତାଙ୍କର ସ୍ମାର୍ଟଫୋନ୍ ମେସେଜ୍କୁ ବି ନିଜର ବାହୁରେ ଅନୁଭବ କରିପାରିବେ । ବିନା ପଢ଼ି କରି ବି ଆସିଥିବା ମେସେଜ୍ ସଂପର୍କରେ ସୂଚନା ପାଇପାରିବେ ।