ବଡ଼ ଡାକ୍ତରଖାନାର ହେବ ନବକଳେବର : ଏସସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍ କଲେଜ୍ କରିବାକୁ ପଦକ୍ଷେପ, ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏକ ପରାମର୍ଶ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

325

କନକ ବ୍ୟୁରୋ : ବଡ଼ ଡାକ୍ତରଖାନାର ନବକଳେବର ହେବ ।  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ଡାକ୍ତର କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଜଣିଆ ଡାକ୍ତରୀ ଦଳରେ ୭ଜଣ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱ ସାମିଲ ଅଛନ୍ତି । ବାକି ୪ଜଣ ଏସସିବିର ଆଲୁମୁନି ଅଛନ୍ତି । ଏସସିବିକୁ ବିଶ୍ୱସ୍ତରୀୟ ସଂଗଠନରେ ପରିଣତ କରିବାରେ ଏହି ୧୦ଜଣିଆ ଡାକ୍ତରୀଦଳର ରହିବ ବିଶେଷ ସହଯୋଗ ।

ସେମାନଙ୍କ ପରାମର୍ଶରେ ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଯୋଜନା ହୋଇଛି । ଏହି ୧୦ ଜଣିଆ ଡାକ୍ତରୀ ଦଳରେ ସଦସ୍ୟ ଅଛନ୍ତି ଡାକ୍ଟର ରମାକାନ୍ତ ପଣ୍ଡା । ବର୍ତମାନ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ଭାଇସ ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ଅଛନ୍ତ ରମାକାନ୍ତ ପଣ୍ଡା । ଏଥିସହ ସେ କାର୍ଡିଓ ଭାସକୁଲାର ଥୋରାସିକ ସର୍ଜରୀର ମୁଖ୍ୟ କନଷଲଟାଂଟ ଭାବେ କାମ କରୁଛନ୍ତି ।