ଆଜତକ-ମାଇ ଇଣ୍ଡିଆ ଏକଜିଟ୍ ପୋଲ୍ : ମହାରାଷ୍ଟ୍ରରେ ଏନଡ଼ିଏକୁ ୩୮ରୁ ୪୨ ସିଟ୍ ମିଳିବା ସମ୍ଭାବନା,ଗୋଆରେ ବିଜେପିର କ୍ଲିନ୍ ସ୍ୱିପ୍

70

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ଏକଜିଟ୍ ପୋଲରେ ବିଜେପିର ବାଜିମାତ୍ ।  ମହାରାଷ୍ଟ୍ର ଓ ଗୋଆରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି । ଏକ ପ୍ରକାର କହିବାକୁ ଗଲେ କ୍ଲିନ୍ ସ୍ୱିପ୍ କରିବ ବିଜେପି । ଆଜତକ୍–ମାଇ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ ଏନଡ଼ିଏକୁ ୩୮ରୁ ୪୨ ସିଟ ମିଳିବାର ସମ୍ଭାବନା ରହିଛି । ଅନ୍ୟପଟେ ୟୁପିଏକୁ ୬ରୁ ୧୦ ସିଟ୍ ମିଳିବ ବୋଲି ଆକଳନ କରାଯାଉଛି ।  ୨୦୧୪  ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିକୁ ୨୩ ଓ ସହଯୋଗୀ ଶିବସେନାକୁ ୧୮ଟି ସିଟ୍ ମିିଳିଥିିଲା । ୨୦୧୯ ଏକଜିଟ୍ ପୋଲି ଅନୁସାରେ ବିଜେପି-ଶିବସେନାକୁ ୩୮ରୁ ୪୨ ମିଳିବାର ସମ୍ଭାବନା ଦେଖାଦେଉଚି । ଅନ୍ୟପଟେ କଂଗ୍ରେସ ଓ ଏନସିପକୁ ମାତ୍ର ୧୦ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ।

ଅନ୍ୟପଟେ ଦଳ ଅନୁସାରେ ଦେଖିବାକୁ ଗଲେ ବିଜେପିକୁ ୪୮ ପ୍ରତିଶତ ଭୋଟର, କଂଗ୍ରେସକୁ ୩୩ ପ୍ରତିଶତ, ଭିବିଏକୁ ୧୩ ପ୍ରତିଶତ ଓ ଅନ୍ୟାନ୍ୟ ଦଳକୁ ୬ ପ୍ରତିଶତ ଭୋଟ୍ ଦେଇଛନ୍ତି ଭୋଟର । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ମେଂଟକୁ ୪୮ ପ୍ରତିଶତ ଭୋଟ ମିଳିଥିଲା । ଅନ୍ୟପଟେ କଂଗ୍ରେସକୁ ୨୦୧୪ ନିର୍ବାଚନରେ ୩୭ ପ୍ରତିଶତ  ଓ ଅନ୍ୟାନ୍ୟ ଦଳକୁ ୧୫ ପ୍ରତିଶତ ଭୋଟ ମଳିଥିଲା ।

ସେପଟେ ସର୍ଭେ ଅନୁସାରେ ଗୋଆରେ ବିଜେପି ଖାତାକୁ ଯିବ ୨ଟିରୁ ୨ ସିଟ୍ । କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ଏଠାରେ ଖାତା ଖୋଲିବାର ସମ୍ଭାବନା ନାହିଁ । ଗୋଆରେ ବିଜେପିକୁ ୪୭ ପ୍ରତିଶତ, କଂଗ୍ରେସକୁ ୪୨ ପ୍ରତିଶତ ଏବଂ ଅନ୍ୟ ଦଳକୁ ୧୧ ପ୍ରତିଶତ ଭୋଟ ମଳିବାର ସମ୍ଭାବନା ରହିଛି ।