ଆଳିର ୨୩୮ ନଂ ବୁଥରେ ଇଭିଏମ ଅଚଳ ! ମତଦାନ ବନ୍ଦ, ଅସନ୍ତୋଷ ପ୍ରକାଶ କଲେ ଭୋଟର

90

କନକ ବ୍ୟୁରୋ : ଆଳିର ୨୩୮ ନଂ ବୁଥରେ ଇଭିଏମ ଅଚଳ । ଦୁଇ ଘଂଟା ହେଲା ଅଚଳ ହୋଇପଡ଼ିଛି ଇଭିଏମ୍ । ଭୋଟ ଦେଇପାରୁ ନାହାନ୍ତି ମତଦାତା । ୨ ଘଂଟା କାଳ ହେଲା ଅଳଚ ହୋଇ ପଡ଼ିଛି ଇଭିଏମ୍ । ସେପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ସୋମବାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ଆସିଛି । ମୟୂରଭଂଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ ଉଫାଲଗାଡ଼ିଆରେ ନିଦ୍ଦିଷ୍ଟ ଚିହ୍ନ ଥିବା ଗାଡ଼ି ମତଦାନ କେନ୍ଦ୍ର ଆଖପାଖ ଅଂଚଳରେ ବୁଲାବୁଲି କରୁଥିବା ବେଳେ ଉତ୍ତେଜନା ଦେଖାଯାଇଛି । ବଚସା ପରେ ୨ ଗୋଷ୍ଠୀ ମଧ୍ୟରେ ପିଟାପିଟି ଓ ବୋଲେରୋ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।

ସେହିପରି ସାଲେପୁର ବରଦିଆ ୧୦୨ ନମ୍ବର ବୁଥରେ ଗଣ୍ଡଗୋଳ ହେବାରୁ ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଏକ ନିଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବା ପାଇଁ ମତଦାତାଙ୍କୁ ବାଧ୍ୟ କରାଯିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୁଲିସ ପହଂଚି ସ୍ଥିତି ବିଷୟରେ ଅବଗତ ହୋଇଛି ।