ପୁରୀରେ ମଠ ଉଚ୍ଛେଦ ସାମୟିକ କାଳ ପାଇଁ ସ୍ଥଗିତ : ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ୧୫ ଜଣିଆ ସର୍ବଦଳୀୟ କମିଟି

184

କନକ ବ୍ୟୁରୋ : ପୁରୀରେ ମଠ ଉଚ୍ଛେଦ ସାମୟିକ କାଳ ପାଇଁ ସ୍ଥଗିତ । ପ୍ରଶାସନର ଉଛେଦ ନିଷ୍ପତି ହଠାତ୍ ବଦଳିଛି । ବଡଆଖଡା ମଠ ଉଛେଦ ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ସର୍ବଦଳୀୟ କମିଟିର ଆଲୋଚନା ପରେ ଯାହା କିଛି ନିଷ୍କର୍ସ ବାହାରିବ । ପ୍ରଥମେ ସାଧୁସନ୍ଥଙ୍କ ବିରୋଧ ଓ ପରେ ମଠ ସଂସ୍କୃତିର ସୁରକ୍ଷା ଓ ଉଛେଦ ବନ୍ଦ ନେଇ ସର୍ବ ଦଳୀୟ କମିଟି ଦାବି କରିବା ପରେ , ପୁରୀରେ ବନ୍ଦ ହୋଇଛି ଉଛେଦ କାମ ।

ରାଜନୈତିକ ନେତାଙ୍କ ସହିତ ଆଇନଜୀବୀ, ସେବାୟତ, ସ୍ୱେଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠନ ହୋଇଛି ସର୍ବଦଳୀୟ କମିଟି । ଏହି କମିଟି ଆଜି ଦିନ ପ୍ରାୟ ୧୧ ଟା ବେଳେ ଜିଲ୍ଲାପାଳଙ୍କୁ ଭେଟିବ । ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଛି ସର୍ବଦଳୀୟ କମିଟି । ବିନା କୌଣସି ଥଇଥାନରେ କିପରି ମଠ ଭଂଗା ଯିବ, ସାଧୁ ସନ୍ଥ କେଉଁ ସ୍ଥାନରେ ଥଇଥାନ ହେବେ ସେ ନେଇ ପ୍ରଶ୍ନ କରିଛି ସନ୍ଥ ସମାଜ ।