କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିଆସିବ ବୋଲି ଆଇଏମଏଫ ଅଟକଳ କରିଛି । କିନ୍ତୁ ଏହା ଦ୍ୱାରା ଭାରତର କୋଟି କୋଟି ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇବେ ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସିଏମଆଇଇ ପକ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁଁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଭାରତର ବେକାରୀ ହାର ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ବର୍ଷ ଏହି ସମୟରେ ବେକାରୀ ହାର ୮.୪ ପ୍ରତିଶତ ଥିଲା । ସହରାଞ୍ଚଳରେ ବେକାରୀ ହାର ୩୦.୯ ପ୍ରତିଶତକୁ ଓ ଗ୍ରାମାଞ୍ଚଳରେ ୨୦.୨ ପ୍ରତିଶତକୁ ବୃଦ୍ଧି ପାଇଛି ।
ଇତି ମଧ୍ୟରେ ପ୍ରାୟ ୭୨ ନିୟୁତ ବା ୭ କୋଟି ୨୦ ଲକ୍ଷ ଲୋକ ଅସ୍ଥାୟୀଭାବେ କର୍ମସଂସ୍ଥାନ ହରାଇଛନ୍ତି । ସେହିପରି ଏସବିଆଇ ରିସର୍ଚ୍ଚର ପୂର୍ବାନୁମାନ ଅନୁସାରେ ଏହି ସଂକଟ ଯୋଗୁଁ ଖୁଚୁରା କ୍ଷେତ୍ରରେ ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଚାକିରି ହରାଇବେ । କେବଳ ଖୁଚୁରା କ୍ଷେତ୍ର ନୁହେଁ, ପର୍ଯ୍ୟଟନ, ଇ-କମର୍ସ, ରେଷ୍ଟୋରାଁ ଆଦି ଶିଳ୍ପ ବ୍ୟାପକ କ୍ଷତି ସହିବେ ।