ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଏସମା ଲାଗୁ : ୬ ମାସ ଯାଏଁ ଆନ୍ଦୋଳନ ଉପରେ ପ୍ରତିବନ୍ଧକ

1,303

କନକ ବ୍ୟୁରୋ : କୋରୋନା ସ୍ଥିତି ଦୃଷ୍ଟିରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଲାଗିଲା ଏସମା କଟକଣା । ୬ ମାସ ଯାଏଁ କୌଣସି ଆନ୍ଦୋଳନ କରିପାରିବେ ନାହିଁ । ଓଡିଶା ଏସେନସିଆଲ ସର୍ଭିସେସ ମେଂଟେନାନ୍ସ ଆକ୍ଟ ଆଧାରରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର । ନିର୍ଦ୍ଦେଶ ସତ୍ୱେ ଯେଉଁମାନେ ଆନ୍ଦୋଳନ ବା ଧର୍ମଘଟ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି । କରୋନା ସମୟରେ ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଘରୋଇ ଗାଡି ଚଳାଚଳ ଉପରେ କଟକଣା । ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ । ଯେଉଁମାନଙ୍କୁ ଯିବାର ଅନୁମତି ସେମାନଙ୍କୁ ବି ପାସ ଆବଶ୍ୟକ ବୋଲି କହିଲେ ପୋଲିସ କମିଶନର୍ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପାସ ଆଣିବାକୁ ନିୟମ ଜାରି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଲେ ପୋଲିସ କମିଶନର୍ । ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଲେ ପୋଲିସ କମିଶନର୍ ।